ନୀଳଗିରି ଅବକାରୀବିଭାଗ ର ଚଢ଼ାଉ।
୮୦ଗ୍ରାମ ବ୍ରାଉନସୁଗାର ଜବତ ,
୧ ଗିରଫ
ନୀଳଗିରି,୧୯/୫(ଓଡ଼ିଶା ଆଦର୍ଶ): ନୀଳଗିରି ଅବକାରୀ ବିଭାଗ ପକ୍ଷରୁ ରବିବାର ଦିନ ନୀଳଗିରି ଅଞ୍ଚଳରେ ଚଢ଼ାଉ କରି ଜଣକୁ ଗିରଫ କରିଛି। ସୂଚନା ଅନୁଯାଇ ନୀଳଗିରି ଥାନା ଅଧିନ ମିରିଗିଣି ଛୋଟକାନପୁର ଗ୍ରାମର ରତିକାନ୍ତ ପାତ୍ର(୫୦) ନାମକ ବ୍ୟକ୍ତିଙ୍କ ଘରୁ ଅତର୍କିତ ଭାବେ ଅବକାରୀ ବିଭାଗ ଚଢ଼ାଉକରି ୮୦ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ରତିକାନ୍ତ ଙ୍କୁ ଗିରଫ କରିଛି । ଗିରଫ ରତିକାନ୍ତ ଙ୍କୁ କେସ ନମ୍ବର ୫୧/୨୫-୨୬ ମୂଳେ କୋର୍ଟ ଚାଲାଣ କରିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।
ତେବେ ଏହି ଚଢ଼ାଉ ରେ ଓ଼ଆଇସି ଜଗନ୍ନାଥ ବେହେରା, କନେଷ୍ଟବଳ ସନ୍ତୋଷ ବେହେରା, କନେଷ୍ଟବଳ ତପନ କୁମାର ମଲିକ, ମହିଳା କନେଷ୍ଟବଳ ନହନା ମୁର୍ମୁ ଓ ଅବକାରୀ ବିଭାଗର କର୍ମଚାରୀ ପ୍ରମୁଖ ସାମିଲ ଥିଲେ।
إرسال تعليق