ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କଲେ ଗୋବର୍ଦ୍ଧନ ବିଶ୍ଵାଳ।
ନୀଳଗିରି,୨୯/୦୪(ଓଡ଼ିଶା ଆଦର୍ଶ): ନୀଳଗିରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ଵାଳ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଭାବେ ବିଦାୟୀ ସୂଚନା ଲୋକ ସମ୍ପର୍କ ଅଧିକାରୀ ଐଶୂର୍ଯ୍ୟ ସାମନ୍ତ ଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ସେ ଦୀର୍ଘ ଦିନ ଧରି ନୀଳଗିରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟଭାର ସମ୍ଭାଳି ଥିଲେ। ତୃତୀୟ ଶ୍ରୀକ୍ଷେତ୍ର ଭାବେ ବେଶ୍ ଜଣଶୁଣା ନୀଳଗିରି ର ରଥ ଯାତ୍ରା, ସ୍ଵାଧୀନତା ଦିବସ , ଗଣତନ୍ତ୍ର ଦିବସ ଏବଂ ବିଭିନ୍ନ ସରକାରୀ ଉତ୍ସବ କୁ ଦକ୍ଷତା ର ସହ ପରିଚାଳନା କରିଥିବା ଦେଖା ଯାଇଛି। ଏବେ ନୀଳଗିରି ଦାୟୀତ୍ବ ସହିତ ନୂତନ ଭାବେ ଜିଲ୍ଲା ସ୍ତରରେ ଦାୟିତ୍ଵ ଗ୍ରହଣ କରିଥିବାରୁ, ବହୁ ସାମ୍ବାଦିକ ବନ୍ଧୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
إرسال تعليق