Header ADS

ସାମ୍ବାଦିକଙ୍କୁ ଆକ୍ରମଣ, ଥାନାରେ ଅଭିଯୋଗ।

 ସାମ୍ବାଦିକଙ୍କୁ ଆକ୍ରମଣ, ଥାନାରେ ଅଭିଯୋଗ।



ନୀଳଗିରି, ୧୫/୪(ଓଡ଼ିଶା ଆଦର୍ଶ):ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ। ଏନେଇ ବରହମପୁର ଥାନାରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ  ନୀଳଗିରି ପଞ୍ଚାୟତ ସମିତି ଅଧୀନ ତେନ୍ତୁଳିଆ ପଞ୍ଚାୟତ ତେନ୍ତୁଳିଆ ଠାରେ ଏମଜିଏନଆରଜିଏସ ଯୋଜନାରେ ଏକ ଅମୃତ ସରୋବର ପୋଖରୀ ଖୋଳାଯାଉଥିଲା। ମାତ୍ର ପୋଖରୀ ଖୋଳାରେ ସ୍ଥାନୀୟ ଶ୍ରମିକଙ୍କ ବଦଳରେ ମେସିନ ସାହାଯ୍ୟରେ ଖୋଳାଯାଉଥିବା ଏବଂ ବିଭିନ୍ନ ଅନିୟମିତତା ହୋଇଥିବା ଖବରପାଇ ନୀଳଗିରି ଅର୍ଗସ ପ୍ରତିନିଧି ପ୍ରିୟନାଥ ବେହେରା ଖବରସଂଗ୍ରହ ପାଇଁ ଯାଇଥିଲେ। ଘଟଣାସ୍ଥଳରେ ଭିଡିଓ ଉତ୍ତୋଳନ କରୁଥିବା ସମୟରେ ଉକ୍ତଗ୍ରାମର ମନ୍ମଥ ପାତ୍ରଙ୍କ ପୁଅ ବିଶ୍ୱଜିତ୍ ପାତ୍ର, ଉମାକାନ୍ତ ପାତ୍ରଙ୍କ ପୁଅ ବାବୁ ପାତ୍ର ଏବଂ ଅନ୍ୟ ୨/୩ ଜଣ ସ୍ଥାନୀୟ ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ନାନାଦି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଅର୍ଗସ୍ ପ୍ରତିନିଧି ପ୍ରିୟନାଥ ବେହେରାଙ୍କ ମୋବାଇଲ ଛଡ଼ାଇନେଇ କଚାଡି ଭାଙ୍ଗିଦେଇଥିବା ସାମ୍ବାଦିକ ଶ୍ରୀ ବେହେରା  ବରହମପୁର ଥାନାରେ ଅଭିଯୋଗ କରିଛନ୍ତି। ପରେ ଅପରପକ୍ଷରେ ପାଲଟା ଅଭିଯୋଗ ହୋଇଥିବା ସୂଚନା ମିଳିଛି। ତେବେ ଏହି ଘଟଣାରେ ଠିକାଦାରଙ୍କ ପ୍ରରୋଚନାରେ ଏଭଳି ମରଣାନ୍ତକ ଆକ୍ରମଣ ହୋଇଛି ନା ସାମ୍ବାଦିକଙ୍କୁ ଆକ୍ରମଣ କରି ବଦନାମ କରିବାକୁ କିଛି କୁଚକ୍ରି କ୍ଷଡ଼ଯନ୍ତ୍ର କରିଛନ୍ତି ତାହା ତଦନ୍ତ ପରେ ସତ୍ୟ ସାମ୍ନାକୁ ଆସିବ। ତେବେ ଉକ୍ତ ସାମ୍ୱାଦିକ ଙ୍କୁ ନ୍ୟାୟ କେବେ ମିଳୁଛି ତାହା ଦେଖିବାକୁ ବାକି ରହିଲା।

Post a Comment

أحدث أقدم
Header ADS