ବାରଖମାରେ ରାଜ୍ୟସ୍ତରୀୟ ରାତ୍ର ଭୋଲିବଲ୍ ପ୍ରତିଯୋଗିତାର ଦ୍ୱିତୀୟ ସେମିଫାଇନାଲ ଅନୁଷ୍ଠିତ ।
ବାଲିଗୁଡ଼ା,୮/୩ (ସନ୍ଦୀପ କୁମାର ନାୟକ ):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ହାଇସ୍କୁଲ ଭୋଲିବଲ୍ ଖେଳପଡିଆ ଠାରେ ରାଜ୍ୟ ସ୍ତରୀୟ ରାତ୍ର ଭୋଲିବଲ୍ ପ୍ରତିଯୋଗିତାର ଆଜି ଦ୍ୱିତୀୟ ସେମିଫାଇନାଲ ଖେଳ ଅନୁଷ୍ଠିତ ହୋଇଛି। ପ୍ରତିଯୋଗିତାର ୨ୟ ସେମିଫାଇନାଲରେ ବାରଖମା ଯୁବକ ସଙ୍ଘ ର ସମସ୍ତ କର୍ମକର୍ତ୍ତା ତଥା ସଭାପତି ମିଲନ ଦିଗାଲ, ଉପସଭାପତି ଧର୍ମାନନ୍ଦ ପାତ୍ର, ସମ୍ପାଦକ ଇମ୍ରାନ ଦିଗାଲ, ଆଦିତ୍ୟ ନାୟକ, ସୁନିଲ ଦିଗାଲ, ଦେବାନନ୍ଦ ପାତ୍ର,ଅଭୟ ନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଲିଗୁଡା ଥାନା ଓଆଇସି ଯୁଗଳ କିଶୋର ଦିଗାଲ ଯୋଗଦେଇଥିଲେ।ମୁଖ୍ୟଅତିଥି ଭାବେ ମିଲନ ଦିଗାଲ ବାରଖମା ଯୁବକ ସଙ୍ଘ ସଭାପତି ୨ୟ ସେମିଫାଇନାଲ ଖେଳରେ ଯୋଗଦେଇ ଦୁଇଟି ଦଳକୁ ଉତ୍ସାହିତ କରିଥିଲେ। ଏହି ଟୁର୍ଣାମେଣ୍ଟରେ ଗଞ୍ଜାମ , ଗଜପତି ,କନ୍ଧମାଳ ରୁ ନାମୀ ଦାମୀ ଖେଳାଳି ମାନେ ଆସି ଏହି ପ୍ରିତିଯୋଗିତ ରେ ଦର୍ଶକ ମାନଙ୍କୁ ଆକୃଷ୍ଟ କରିଥିବା ବେଳେ ପ୍ରଥମ ଫାଇନାଲ କୁ ରେଡି ସିକ୍ସ ଯାଇଥିବା ବେଳେ ୨ୟ ସେମିଫାଇନାଲ ରେ ଦାରିଙ୍ଗବାଡି ସହ ପାୱାର ସିକ୍ସ ଖେଳ ଅନୁଷ୍ଠିତ ହୋଇଛି ।ବାରଖମା ହାଇସ୍କୁଲ ଯୁବକ ସଂଘ ର ସଭାପତି ତଥା ଆୟାଜକ ସଭ୍ୟ ମାନେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ମ୍ୟାଚ୍ ଦେଖିବା ସହ ଶାନ୍ତି ଶୃଙ୍ଖଳା ବଜାଇ ରଖିଥିଲେ। ପାଖା ପାଖି ହଜାରେ ରୁ ବାରସହ ଦର୍ଶକ ଏହି ଖେଳ ଉପଭୋଗ କରିଥିଲେ । ଟୁର୍ଣ୍ଣାମେଣ୍ଟ ୩ ମାର୍ଚ୍ଚ ତାରିଖ ଠାରୁ ଆରମ୍ଭ ହୋଇ ୯ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ । ଶେଷ ଦିନ ଅର୍ଥାତ୍ ମାର୍ଚ୍ଚ ୯ ତାରିଖରେ ସନ୍ଧ୍ୟା ୫ ଘଣ୍ଟା ସମୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି । ରେଫରି ଭାବେ ମନରଞ୍ଜନ ପ୍ରଧାନ ଖେଳ ପରିଚାଳନା କରିଥିବା ବେଳେ ଭାସ୍ୟକର ଭାବେ ଜଣା ଶୁଣା ମଣ୍ଟୁ ଭାଇ ସୁନ୍ଦର ଭାବେ କମେଟ୍ରି କରୁଥିବାର ଦେଖିବାକୁ ମିଳିଛି। ଟୁର୍ଣାମେଣ୍ଟ ସଭାପତି ହେବଲ ଦିଗାଲ, ଉପ ସଭାପତି ମାମୁନା ଦିଗାଲ,କୋଷାଧ୍ୟକ୍ଷ ସୁନିଲ ଦିଗାଲ ସମ୍ପାଦକ ମୋହିତ ଦିଗାଲ ଓ ହାଇସ୍କୁଲ ର ସମସ୍ତ ଯୁବକ ଭାଇ ମାନଙ୍କ ମିଳିତ ଉଦ୍ୟମରେ ଏହି ରାତ୍ର ଭୋଲିବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଅଛି ।
إرسال تعليق