ଇର୍ପିଗୁଡା ର ନୂତନ ଅଙ୍ଗନୱାଡି କର୍ମୀଙ୍କ
ଦାୟିତ୍ୱ ଗ୍ରହଣ।
ବାଲିଗୁଡା, ୫/୩( ସନ୍ଦୀପ କୁମାର ନାୟକ ):କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଦୁର୍ଗାପାଙ୍ଗା ପଞ୍ଚାୟତର ଇର୍ପିଗୁଡା ନୂତନ ଅଙ୍ଗନୱାଡି କର୍ମୀ ଶ୍ରୀମତୀ ଅନୁସୟା ମଲ୍ଲିକଙ୍କ ଦାୟିତ୍ୱ ଗ୍ରହଣ। ପୂର୍ବରୁ ଇର୍ପିଗୁଡା ଓ ମିଡିଆଘାଟି ଦୁଇଟି ଗ୍ରାମରେ ଏକ ଅଙ୍ଗନୱାଡି କେନ୍ଦ୍ର ଥିଲା। ଲୋକସଂଖ୍ୟା ଅଧିକ ହେବାରୁ ମିଶିକି ଥିବା ଅଙ୍ଗନୱାଡି କୁ ନୂତନ ଏକ ଅଙ୍ଗନୱାଡି ଗଠନ ନିମନ୍ତେ ଦାବି ହୋଇଆସୁଥିଲା। ଗତକାଲି କୋଟଗଡ ସମନ୍ୱିତ ଶିଶୁ ଯୋଜନା କାର୍ଯ୍ୟାଳୟରୁ ଆଦେଶ ସଂଖ୍ୟା ୧୬୧ ତା ୨୮/୨/୨୫ ରିଖ ଅନୁସାରେ ଗତକାଲି ତା ୪/୨/୨୫ ରିଖ କାର୍ଯ୍ୟ ଆଦେଶନାମା ଓ ସମସ୍ତ ପ୍ରମାଣ ପତ୍ର ସହିତ ଆଜି ଅର୍ଥାତ ତା ୫/୩/୨୫ ରିଖ ଇର୍ପିଗୁଡା ଗ୍ରାମ ଠାରେ ସମସ୍ତ ଗ୍ରାମବାସୀ ତଥା ଗ୍ରାମର ସଭାପତି, ଉପସଭାପତି ମିଡିଆଘାଟି ଗ୍ରାମର ଅଙ୍ଗନାୱାଡି କର୍ମୀ ରିତାଞ୍ଜଳୀ ପ୍ରଧାନ, ଆଶା କର୍ମୀ ସବିତା ସାହୁ ଙ୍କ ଉପସ୍ଥିତିରେ ନୂତନ ଭାବେ ଚୟନ ହୋଇଥିବା ଅନୁସୟା ମଲ୍ଲିକ ସ୍ୱାମୀ ଟ୍ରନିକ ମାଝୀ ଙ୍କୁ ଦାୟିତ୍ୱ ଦିଆଗଲା।
Post a Comment