Header ADS

ବାରଖମାରେ ରାଜ୍ୟସ୍ତରୀୟ ରାତ୍ର ଭୋଲିବଲ୍ ପ୍ରତିଯୋଗିତା ଉଦଘାଟନ ।

 ବାରଖମାରେ ରାଜ୍ୟସ୍ତରୀୟ ରାତ୍ର ଭୋଲିବଲ୍ ପ୍ରତିଯୋଗିତା ଉଦଘାଟନ ।



ବାଲିଗୁଡ଼ା,୪/୩(ସନ୍ଦୀପ କୁମାର ନାୟକ):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ହାଇସ୍କୁଲ ଭୋଲିବଲ୍ ଖେଳପଡିଆ ଠାରେ ରାଜ୍ୟ ସ୍ତରୀୟ ରାତ୍ର ଭୋଲିବଲ୍ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି। ପ୍ରତିଯୋଗିତାର ଉଦଘାଟନ ଉତ୍ସବରେ ବାଲିଗୁଡା ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ବରିଷ୍ଠ କର୍ମୀମାନେ ଯୋଗଦେଇଥିଲେ। ମୁଖ୍ୟଅତିଥି ଭାବେ ବିଚିତ୍ରା ନନ୍ଦ ଆଚାର୍ଯ୍ୟ ଯୋଗଦାନ କରି ବିଧିବଦ୍ଧ ଭାବେ ଟୁର୍ଣ୍ଣାମେଣ୍ଟ ର ଉଦଘାଟନ କରିଥିଲେ। ମୁଖ୍ୟଅତିଥି ଙ୍କ ସହ ବାଲିଗୁଡାର ବିଶିଷ୍ଠ କଂଗ୍ରେସ କର୍ମୀ ମାନେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ। ଏହି ଟୁର୍ଣାମେଣ୍ଟରେ ଗଞ୍ଜାମ , ଗଜପତି ,କନ୍ଧମାଳ ରୁ ନାମୀ ଦାମୀ ଖେଳାଳି ମାନେ ଆସି ଏହି ପ୍ରିତିଯୋଗିତ ରେ ଦର୍ଶକ ମାନଙ୍କୁ ଆକୃଷ୍ଟ କରିବେ। ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୮ଟି ଟିମ୍ ଯୋଗଦେବାକୁ ସ୍ଥିର କରାଯାଇଥିବା ବେଳେ ଉଦଘାଟନୀ ମ୍ୟାଚ ରେଡି ସିକ୍ସ ସହ ଏଲକେଡ଼ି ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ରେଡି ସିକ୍ସ ବିଜୟୀଲାଭ କରିଥିଲା।ବାରଖମା ହାଇସ୍କୁଲ ଯୁବକ ସଂଘ ର ସଭାପତି ତଥା ଆୟାଜକ ସଭ୍ୟ ମାନେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ମ୍ୟାଚ୍ ଦେଖିବା ସହ ଶାନ୍ତି ଶୃଙ୍ଖଳା ବଜାଇ ରଖିଥିଲେ। ପାଖା ପାଖି ହଜାରେ ରୁ ବାରସହ ଦର୍ଶକ ଏହି ଖେଳ ଉପଭୋଗ କରିଥିଲେ । ଟୁର୍ଣ୍ଣାମେଣ୍ଟ ୩ ମାର୍ଚ୍ଚ ତାରିଖ ଠାରୁ ଆରମ୍ଭ ହୋଇ ୯ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ । ଶେଷ ଦିନ ଅର୍ଥାତ୍ ମାର୍ଚ୍ଚ ୯ ତାରିଖରେ ସନ୍ଧ୍ୟା ୫ ଘଣ୍ଟା ସମୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି । ରେଫରି ଭାବେ ମନରଞ୍ଜନ ପ୍ରଧାନ ଖେଳ ପରିଚାଳନା କରିଥିବା ବେଳେ ଭାସ୍ୟକର ଭାବେ ଜଣା ଶୁଣା ମଣ୍ଟୁ ଭାଇ ସୁନ୍ଦର ଭାବେ କମେଟ୍ରି କରୁଥିବାର ଦେଖିବାକୁ ମିଳିଛି। ଟୁର୍ଣାମେଣ୍ଟ ସଭାପତି ହେବଲ ଦିଗାଲ, ଉପ ସଭାପତି ମାମୁନା ଦିଗାଲ,କୋଷାଧ୍ୟକ୍ଷ ସୁନିଲ ଦିଗାଲ ସମ୍ପାଦକ ମୋହିତ ଦିଗାଲ ଓ ହାଇସ୍କୁଲ ର ସମସ୍ତ ଯୁବକ ଭାଇ ମାନଙ୍କ ମିଳିତ ଉଦ୍ୟମରେ ଏହି ରାତ୍ର ଭୋଲିବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଅଛି ।

Post a Comment

Previous Post Next Post
Header ADS