Header ADS

ନୀଳଗିରି ୟୁଥ ଫେଷ୍ଟ - ୨୦୨୫ ଉଦଘାଟିତ ।

 ନୀଳଗିରି ୟୁଥ ଫେଷ୍ଟ - ୨୦୨୫ ଉଦଘାଟିତ ।



ନୀଳଗିରି,୩୦/୩(ଓଡ଼ିଶା ଆଦର୍ଶ): ବାଲେଶ୍ୱର ଜିଲ୍ଲା ନୀଳଗିରି କେସି ହାଇସ୍କୁଲ ପଡ଼ିଆରେ ଚତୁର୍ଥ ନୀଳଗିରି ୟୁଥ ଫେଷ୍ଟ - ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ଆ ଟି ଆର ସହ ନିର୍ଦ୍ଦେଶକ ଡ଼କ୍ଟର ନୀଳାଦ୍ରି ରାୟ, ସମ୍ମାନିତ ଅତିଥି ଭାବେ ନୀଳଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ପରିଡ଼ା, ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ମହେନ୍ଦ୍ର ନାଥ ବେହେରା, ଅନ୍ୟତମ ସମ୍ମାନିତ ଅତିଥି ଭାବେ ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଅଂଶୁମାନ ପରିଡ଼ା ମଞ୍ଚସିନା ଥାଇ ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ସକ୍ରିୟ ସଦସ୍ୟ ଶ୍ରୀଯୁକ୍ତ ରଶ୍ମି ରଞ୍ଜନ ରାଉତ ମଞ୍ଚ ପରିଚାଳନା କରିଥିବା ବେଳେ ମୁଖ୍ୟ ସଂଯୋଜକ ଭାବେ ବାଲେଶ୍ୱର ସାଂସଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଚନ୍ଦ୍ରବିନ୍ଦୁ ଦାସ ମଞ୍ଚସିନା ଥାଇ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ।ସହସଂଯୋଜକ ଶ୍ରୀଯୁକ୍ତ ମାନସ ପରିଡ଼ା ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଦସ୍ୟ ଶ୍ରୀ କୁମାର ରାୟ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ବଣ୍ଟନ କରିଥିବା ବେଳେ ଅନ୍ୟ ସଦସ୍ୟ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ । ମନୋରଞ୍ଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ନୀଳଗିରି ଐତିହ୍ୟ ପରମ୍ପରା କୁ ଏକ ଭିନ୍ନ ରଙ୍ଗରେ ରଙ୍ଗୀନ ଝିଲି ମିଳି ଆଲୁଅ, ଓ ରାଜ୍ୟ ତଥା ରାଜ୍ୟ ବାହୀରେ କଳାକାର ଙ୍କର ସଂଗୀତ, ଡାଇଲେକ, ଡ୍ୟାନ୍ସ ରେ ନୀଳଗିରି ସହର ତଥା କେସି ହାଇସ୍କୁଲ ପଡ଼ିଆ କମ୍ପି ଉଠିଥିଲା ।ଏହି ୟୁଥଫେଷ୍ଟ ଉତ୍ସବ କାର୍ଯ୍ୟକ୍ରମ ଅଂଚଳ ରେ ଭାଇ ଚାରା ସମ୍ପର୍କ ସେତୁ ବଢ଼ାଇବାର ଏକ ମାତ୍ର ଲକ୍ଷ୍ୟ ବୋଲି କୁହାଯାଉଥିବା ବେଳେ ଜିଲ୍ଲା ର କୋଣ ଅନୁକୋଣରୁ ଶତାଧିକ ଲୋକ ଆସି ଏହି କାର୍ଯ୍ୟକ୍ରମକୁ ଭରପୁର ଉପଭୋଗ କରିଥିବା ବେଳେ ଏହି ମହୋତ୍ସବ ପାଞ୍ଚଦିନ ଧରି ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।

Post a Comment

أحدث أقدم
Header ADS