Header ADS

ନୀଳଗିରି ଅବକାରୀ ଅଧିକାରୀ ସମେତ କର୍ମଚାରୀଙ୍କୁ ଅଟକ ସହ ମାଡ଼।

 ନୀଳଗିରି ଅବକାରୀ ଅଧିକାରୀ ସମେତ କର୍ମଚାରୀଙ୍କୁ ଅଟକ ସହ ମାଡ଼। 

ଗାଡ଼ି ଭଙ୍ଗାରୁଜା, ଜଣେ ଅଭିଯୁକ୍ତ ଗିରଫ।



ନିଳଗିରି,୬/୨(ଓଡ଼ିଶା ଆଦର୍ଶ):ନୀଳଗିରି ଅବକାରୀ ବିଭାଗ ରେଡକରି ଫେରୁଥିବା ବେଳେ ମଦ ମାଫିଆଙ୍କ ସଂପର୍କୀୟ ମାନେ ଏକଜୁଟ ହୋଇ ଅବକାରୀ ଅଧିକାରୀ ଜଗନ୍ନାଥ ବେହେରା ସମେତ ସମସ୍ତ କର୍ମଚାରୀଙ୍କୁ ଅଟକାଇ ମାଡ଼ମାରିବା ସହ ବୋଲେରୋ ଗାଡ଼ିକୁ ଭଙ୍ଗାରୂଜା କରିଛନ୍ତି। ଦୁର୍ବୃତ୍ତମାନେ ପ୍ରାୟ ଦୁଇଘଣ୍ଟା ଧରି ଅଧିକାରୀ ସମେତ କର୍ମଚାରୀଙ୍କୁ ଅଟକ ରଖିଥିଲେ। ପରେ ବରହମପୁର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ସେମାନଙ୍କୁ କବଳରୁ ଉଦ୍ଧାର କରିଥିଲେ। ସୂଚନା ଅନୁଯାୟୀ ବୁଧବାର ଦିନ ନିଳଗିରି ଅବକାରୀ ଅଧିକାରୀ ଜଗନ୍ନାଥ ବେହେରା ଏବଂ ଅନ୍ୟ କର୍ମଚାରୀ ନୀଳଗିରି ବ୍ଲକ ପିଠାଅତା ଗ୍ରାମର ନିରଞ୍ଜନ ବେହେରାଙ୍କ ଠାରୁ ୨୪ଲିଟର ଦେଶୀମଦ ସହ ଏକ ବାଇକ୍ ଜବଦ କରିବା ପରେ ଯମୁନା ଚାପଲସାହି ଗ୍ରାମର ଗଙ୍ଗାଧର ସୋରେନଙ୍କ ଠାରୁ ୪୦ଲିଟର ଦେଶୀମଦ ଏବଂ ମହୁଲବଣୀ ଗ୍ରାମର ରଥ ସୋରେନଙ୍କ ଠାରୁ ୮୦ଲିଟର ଦେଶୀ ମଦଜବତ କରି ସମସ୍ତ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି ବୋଲେରୋ ଗାଡ଼ିରେ ଫେରୁଥିବା ବେଳେ ଟାଙ୍ଗଣାପୋଲ ନିକଟରେ ପାଞ୍ଚଜଣରୁ ଅଧିକଲୋକ ଏକତ୍ରିତ ହୋଇ ସଂଘବଦ୍ଧ ଭାବେ ଅବକାରୀଗାଡ଼ିକୁ ଅଟକାଇଥିଲେ ଏବଂ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ପରେ ଅବକାରୀ ଓଆଇସି ଜଗନ୍ନାଥ ବେହେରାଙ୍କୁ ମାଡ଼ମାରିବା ସହ ଡ୍ରେସ୍ ଚିରି ଦେଇଥିଲେ। ଅନ୍ୟ ଅବକାରୀ କର୍ମଚାରୀ ତପନ୍ ମଲ୍ଲିକ, ନାହାନ୍ ମୁର୍ମୁ, ଦୁର୍ଯ୍ୟଧନ ବେହେରାଙ୍କୁ ମଧ୍ୟ ମାଡ଼ମାରି ଆହତ କରିଥିବା ଅଭିଯୋଗ ହୋଇଛି। ଦୀର୍ଘ ଦୁଇଘଣ୍ଟା ଧରି ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ ଅଟକ ରହିଥିବା ବେଳେ ବରହମପୁର ପୋଲିସ୍ ପହଞ୍ଚି ଉଦ୍ଧାର କରିଥିଲେ। ଅଜୟ ସୋରେନ, ଜୟନ୍ତୀ ସୋରେନ୍ ଓ ବାହାଦୁର ଟୁଡୁ ସମେତ ଅନ୍ୟ ମାନେ ମାଡ଼ ମାରିଥିବାନେଇ ଅବକାରୀ ବିଭାଗର ଏତଲା ମୂଳେ ବରମପୁର ପୋଲିସ ଅଜୟ ସୋରେନକୁ ଗିରଫ କରିବା ସହ ୧୨/୨୫ରେ ଏକ ମାମଲା ରୁଜୁ କରିଛନ୍ତି। ମାଡ଼ମାରିଥିବା ଅଭିଯୁକ୍ତ ଅଜୟକୁ କୋର୍ଟଚାଲାଣ କରାଯାଇଥିବା ବେଳେ ନୀଳଗିରି ଅବକାରୀ ବିଭାଗ ତିନି ମଦବେପାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି।

Post a Comment

Previous Post Next Post
Header ADS