ଶ୍ରୀପଦ ହନୁମାନ ମନ୍ଦିରରେ ୧୫ତମ ବାର୍ଷିକ ଉତ୍ସବ।
ନୀଳଗିରି,୬/୨(ଓଡ଼ିଶା ଆଦର୍ଶ):ନୀଳଗିରି ହସ୍ପିଟାଲ ରୋଡ଼ରେ ଥିବା ଶ୍ରୀପଦ ହନୁମାନ ମନ୍ଦିରରେ ୧୫ ତମ ବାର୍ଷିକଉତ୍ସବ ଅନୁଷ୍ଠିତ ହୋଇଛି। ମଙ୍ଗଳବାର ସକାଳେ ଧ୍ୱଜାରୋପଣ ପରେ ଘଟସ୍ଥାପନ କରାଯାଇ ରୀତିନୀତି ରେ ହୋମଯଜ୍ଞ ହୋଇ ପୁଜାର୍ଚନା ହୋଇଥିଲା।ମହାବୀର କମିଟିର ସଦସ୍ୟଙ୍କ ସମେତ ବହୁଭକ୍ତ ସଂକଳ୍ପ କରିବା ସହିତ କରି ପୂଜାକରି ହନୁମାନଙ୍କ ଆଶିଷ କାମନା କରିଛନ୍ତି।ପୁର୍ଣ୍ଣାହୁତି ପରେ ସନ୍ଧ୍ୟାରେ ପ୍ରସାଦ ସେବନ କରାଯାଇଥିଲା। ଉକ୍ତ ଉତ୍ସବର ନୀତିପୂଜାରେ ପଣ୍ଡିତ ଦିଲ୍ଲୀପ ଷଡ଼ଙ୍ଗୀ ଓ ପ୍ରଶାନ୍ତ ଚୌଧୁରୀ ସମାପନ କରିବା ସହ ସଞ୍ଜୟ ଜେନା ଓ ଭାରତୀପ୍ରଭା କର୍ତ୍ତାକର୍ତ୍ତି ଭାବେ ପୂଜାକରିଥିଲେ।ଏହି ଉତ୍ସବରେ ମହାବୀର କମିଟିର କାଳିଆ ରାଉତ,ପ୍ରଶାନ୍ତ ଦାସ,ବିଜୟ ବାରିକ,ବ୍ରଜକିଶୋର ପାଣି,ଭାସ୍କର ଖୁଣ୍ଟିଆ, ଅଜିତ ନାୟକ,ସୁର୍ଯ୍ୟକାନ୍ତ ବିଶ୍ୱାଳ,ଜଟିଆ ସିଂ,ଉମାକାନ୍ତ ନାୟକ,ନିରଞ୍ଜନ ମହାନ୍ତି,ଜ୍ୟୋତିପ୍ରକାଶ ରାଉତ,ଦୀପକ ପଣ୍ଡା,ସୁଶାନ୍ତ ବିଶ୍ୱାଳଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
Post a Comment