Header ADS

ସିପିଆଇ (ଏମ) ପକ୍ଷରୁ ଜାଗାମିଶନ ରେ ପଟ୍ଟାପାଇଁ ଦାବୀପତ୍ର ପ୍ରଦାନ।

 ସିପିଆଇ (ଏମ) ପକ୍ଷରୁ ଜାଗାମିଶନ ରେ ପଟ୍ଟାପାଇଁ ଦାବୀପତ୍ର ପ୍ରଦାନ।



ନୀଳଗିରି,୬/୨(ଓଡ଼ିଶା ଆଦର୍ଶ):ଭରତୀୟ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ନୀଳଗିରି ଆଞ୍ଚଳିକ କମିଟି ତରଫରୁ ଜାଗାମିଶନ ଜରିଆରେ ପଟ୍ଟା ପାଇଁ ,ନୀଳଗିରି ଏନଏସିରେ ଦାବୀପତ୍ର ପ୍ରଦାନ କରାଯାଇଛି। ନୀଳଗିରି ସହରରେ ବହୁ ବାସିନ୍ଦାଙ୍କର ବାସସ୍ଥାନ ନାହିଁ । ସରକାର ସମସ୍ତଙ୍କୁ ଘର ଦେବାକୁ ଆଇନ୍ କରିଥିବା ବେଳେ, ନୀଳଗିରିରେ ଉକ୍ତ ଆଇନର ବିଚ୍ୟୁତ ଦେଖାଦେଇଛି  । ନୀଳଗିରିରେ ବହୁ ଲୋକଙ୍କର ପଟ୍ଟା ନଥିବାରୁ ଲୋକ ମାନେ ସରକାରୀ ଜାଗା ଜବରଦଖଲ କରି ବସବାସ କରୁଛନ୍ତି । ସେମାନଙ୍କୁ ଜାଗାମିଶନ ରେ ଜମିପଟ୍ଟା ପାଇଁ ,ଜିଲ୍ଲା ସମ୍ପାଦକ ମଣ୍ଡଳୀସଭ୍ଯ ବିଜୟ କୁମାର ପାତ୍ରଙ୍କ ନେତୃତ୍ଵରେ ,ନୀଳଗିରି ଏନଏସି ର ବହୁ ଲୋକ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଂଶୁମାନ ପରିଡାଙ୍କୁ ଦରଖାସ୍ତ ଦେଇଛନ୍ତି  ।ଅନ୍ୟ ମାନଙ୍କ ମଧ୍ୟରେ ବନ ବେହେରା, କାଳିଆ ପାତ୍ର, କନକ ନାୟକ  ଲିପି ସିଂ, ଉତ୍ତମ ପାତ୍ର, ଚିତ୍ତ ସେନାପତି, ବେଲା ଦଳେଇ, ଶିବାନୀ ସିଂ, ହେମେନ୍ଦ୍ର ସେଠି  ଅମରେନ୍ଦ୍ର ନାୟକ, ମୃତ୍ୟୁଞ୍ଜୟ ନାୟକ ଙ୍କ ସମେତ ବହୁ ପଟ୍ଟା ଆଶାୟୀ ଉପସ୍ଥିତ ଥିଲେ।

Post a Comment

أحدث أقدم
Header ADS