Header ADS

ବାଲେଶ୍ବର ସଂସଦୀୟ କ୍ଷେତ୍ରର ବିଭିନ୍ନ କୀର୍ତ୍ତିରାଜି ଉନ୍ନତିକରଣ ପାଇଁ ଆଶା ଉଜ୍ଜୀବିତ।

 ବାଲେଶ୍ବର ସଂସଦୀୟ କ୍ଷେତ୍ରର ବିଭିନ୍ନ କୀର୍ତ୍ତିରାଜି ଉନ୍ନତିକରଣ ପାଇଁ ଆଶା ଉଜ୍ଜୀବିତ।



ନୀଳଗିରି,୧୭/୨(ଓଡ଼ିଶା ଆଦର୍ଶ):ଉତ୍ତର ଓଡ଼ିଶାର ବାଲେଶ୍ବର ଜିଲ୍ଲା କଳା, ସଂସ୍କୃତିର ପେଣ୍ଠସ୍ଥଳୀ। ଏହାର କୋଣଅନୁକୋଣରେ ବିଭିନ୍ନ କୀର୍ତ୍ତିରାଜି ବିଦ୍ୟମାନ। ବିସ୍ତୀର୍ଣ୍ଣ ବେଳାଭୂମି ସହିତ ଜଙ୍ଗଲ, ପାହାଡଘେରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଆତ୍ମହରା ହୁଅନ୍ତି ଦେଶ ବିଦେଶର ପର୍ଯ୍ୟଟକ।ବର୍ଷର ଅଧିକାଂଶ ସମୟରେ ପର୍ଯ୍ୟଟକ, ଗବେଷକ ଏଠାରେ ଭିଡ ଲଗାଇଥାଆନ୍ତି। ତେଣୁ ଅଧିକରୁ ଅଧିକ ଏହାର ପୁନାର୍ବିକାଶ ଏବଂ ଉନ୍ନତିକରଣ ପାଇଁ ଅଣ୍ଟା ଭିଡିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ଦୁଇ ଦୁଇଥର ବିଧାୟକ ଥାଇ ବିଧାନସଭାରେ ଅନେକ ଥର ଅଞ୍ଚଳର ବିକାଶପାଇଁ ସ୍ୱର ଉତ୍ତୋଳନ କରିଥିବା ବେଳେ ବର୍ତ୍ତମାନର ବିଜେପି ସରକାରଙ୍କ ଠାରେ ଦାବୀ କରିଛନ୍ତି।ଏନେଇ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଗତ ୨୦୨୪ ମସିହା ଡିସେମ୍ବର ୧୨ତାରିଖରେ ପତ୍ର ଲେଖି ବାଲେଶ୍ୱର ସଂସଦୀୟର ବିଭିନ୍ନ ମନ୍ଦିର, ବେଳାଭୂମି, ପର୍ଯ୍ୟଟନ ସ୍ଥଳୀ, ପ୍ରକୃତି ନିବାସ , ଜଳାଶୟର ପୁନରୁଦ୍ଧାର ଏବଂ ବିକାଶପାଇଁ ଆର୍ଥିକ ସହାୟତା ଦାବୀ କରିଥିଲେ। ଏନେଇ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନବିଭାଗ ତରଫରୁ ଗୁରୁତ୍ଵ ଦିଆଯାଇ ଆର୍ଥିକ ସହାୟତା ଯୋଗାଇ ଦେବା ସମ୍ପର୍କରେ ତର୍ଜମା ଚାଲିଥିବା ନେଇ ସାଂସଦଙ୍କୁ ଅବଗତ କରାଯାଇଛି। ବାଲେଶ୍ୱର ସଂସଦୀୟକ୍ଷେତ୍ର ମଧ୍ୟରେ ନୀଳଗିରି ଉପଖଣ୍ଡର ନୀଳଗିରି ଓ ଔପଦା ବ୍ଲକ୍ ଅନ୍ତର୍ଗତ ପଞ୍ଚଲିଙ୍ଗେଶ୍ଵର ମନ୍ଦିର, ଭୁଦାରଚଣ୍ଡୀ ମନ୍ଦିର, କୁଳଡିହା ପ୍ରକୃତିନିବାସ, ଅଯୋଧ୍ୟାର ମାରିଚି ମନ୍ଦିର, ବିଶ୍ୱେଶ୍ୱର୍ ମହାଦେବ ମନ୍ଦିର, ପାଣ୍ଡବଘେରା, ନୀଳଗିରି ଜଗନ୍ନାଥ ମନ୍ଦିର, ପଦ୍ମତୋଳା ହ୍ରଦ, ଖୁମକୁଟ ଡ୍ୟାମ, ବାବନ୍ଧ ସ୍ଥିତ କୁମ୍ଭକ୍ଷେତ୍ର, ଗରଡିହି ଜଗନ୍ନାଥ ମନ୍ଦିର ଏବଂ ବାହାନଗା ବ୍ଲକ ଦାଣ୍ଡକାଳୀ ମନ୍ଦିର ଆଦି ପର୍ଯ୍ୟଟନ ଓ ସାଂସ୍କୃତିକ କ୍ଷେତ୍ରକୁ ନେଇ ଚିଠି ଲେଖିଥିବା ବେଳେ ଭୋଗରାଇ, ଜଳେଶ୍ଵର, ବସ୍ତା ଏବଂ ବାଲିଆପାଳ, ବାଲେଶ୍ୱର ସଦର, ରେମୁଣା, ବଡ଼ସାହି ବ୍ଲକର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଏବଂ କୀର୍ତ୍ତିରାଜି ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ବିଭାଗ ପକ୍ଷରୁ ଚିଠି ପାଇବାପରେ ଏସବୁ କ୍ଷେତ୍ରର ଉନ୍ନତିକରଣ ହେବା ଆଶା ଦୃଢ଼ିଭୂତ ହୋଇଛି।

Post a Comment

أحدث أقدم
Header ADS