Header ADS

ମହାକୁମ୍ଭ ମେଳାରେ ବଡ ଅଘଟଣ

 ମହାକୁମ୍ଭ ମେଳାରେ ବଡ ଅଘଟଣ 



ଓଡ଼ିଶା ଆଦର୍ଶ ବ୍ୟୁରୋ: ମୌନୀ ଅମାବାସ୍ୟାରେ ଅମୃତ ସ୍ନାନ ପୂର୍ବରୁ ପ୍ରବଳ ଜନସାମାଗମ ହେତୁ ମହାକୁମ୍ଭ ମେଳାରେ ବଡ ଅଘଟଣ ଘଟିିଛି ।ପ୍ରୟାଗରାଜ ସଙ୍ଗମ ସ୍ଥଳ ନିକଟରେ ଠେଲାପେଲାରୁ ଦଳାଚକଟା ହୋଇଛି । ବର୍ତ୍ତମାନ ସୁଦ୍ଧା ୨୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଥିବା ସୂଚନା ରହିଛି ।ଆହତମାନଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସରେ ସେଣ୍ଟ୍ରାଲ ହସ୍ପିଟାଲ ଅଣାଯାଇଛି। ଗୁରୁତର ଆହତ ଭକ୍ତମାନଙ୍କୁ ମଧ୍ୟ ଉଚ୍ଚ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି। ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନର ଉଦ୍ୟମ ଜାରି ରହିଛି ।

ମହାକୁମ୍ଭରେ ଆଜି ତୃତୀୟ ସାହି ସ୍ନାନ ଥିବାରୁ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ଆଜି ମୌନୀ ବ୍ରତ ଥିବାରୁ ମୌନ ଥିବା ସାଧୁ ସନ୍ଥଙ୍କର ମଧ୍ୟ ଉପସ୍ଥିତ ରହିଛି । ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ ଏକକାଳୀନ ଉପସ୍ଥିତି ଯୋଗୁଁ ସଙ୍ଗମ ସ୍ଥଳରେ ଏପରି ପରିସ୍ଥିତି ଉପୁଜିଥିଲା । ବର୍ତ୍ତମାନ ପାଇଁ ସାଧୁ ସନ୍ଥଙ୍କ ଅମୃତ ସ୍ନାନ ସ୍ଥଗିତ କରିଛି ପ୍ରଶାସନ । ଆଖଡ଼ା ପକ୍ଷରୁ ସାଧୁ ସନ୍ଥଙ୍କ ଅମୃତ ସ୍ନାନ ମଧ୍ୟ ସ୍ଥଗିତ ରହିଛି । ଏପରିକି ପ୍ରୟାଗରାଜକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଛି । ସହର ବାହାରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ସାମୟିକ କଟକଣା ଜାରି କରିଛି ପ୍ରଶାସନ । ମିଡିଆ କର୍ମଚାରୀଙ୍କୁ ଡାକ୍ତରଖାନା ଭିତରେ ମଧ୍ୟ ଅନୁମତି ଦିଆଯାଉ ନାହିଁ। ବର୍ତ୍ତମାନ ପାଇଁ ୪୪ ଟି ଘାଟକୁ ବନ୍ଦ କରିଦିଆଯାଇଛି । ଘଟଣା ଉପରେ ନଜର ରଖିଛି ୟୁପି ପ୍ରଶାସନ । ଏନେଇ ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କ ସହ ଫୋନ୍ ଯୋଗେ  ପିଏମ ମୋଦି କଥା ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ମେଳା ଅଞ୍ଚଳରେ କିଛି ମହିଳା ଶ୍ୱାସରୁଦ୍ଧ ହୋଇ ପରସ୍ପର ଉପରେ ପଡ଼ିଯାଇଥିଲେ। ଯେଉଁ କାରଣରୁ ବ୍ୟାରିକେଡିଂ ଭାଙ୍ଗିଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାନରୁ ମୃତ୍ୟୁ ଖବର ନାହିଁ । ସମସ୍ତଙ୍କର ଚିକିତ୍ସା କରାଯାଉଛି । ୧୦ ରୁ ଅଧିକ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଭିଡ଼ ପରିଚାଳନା ଦାୟିତ୍ୱ ଦିଆଯାଇଛି । ଜନତାଙ୍କୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାଗର ସୀମାନ୍ତରେ ଅଧିକାରୀମାନଙ୍କୁ ସକ୍ରିୟ କରାଯାଇଛି।

Post a Comment

Previous Post Next Post
Header ADS