Header ADS

ମିଳୁନି ଜିନତର ପତ୍ତା, ନାକେଦମ୍ ଦୁଇ ରାଜ୍ୟର ବନବିଭାଗ।

 ମିଳୁନି ଜିନ୍ନତ ର ପତ୍ତା, ନାକେଦମ୍ ଦୁଇ ରାଜ୍ୟର ବନବିଭାଗ।



ଓଡ଼ିଶା ଆଦର୍ଶ ବ୍ୟୁରୋ :- ପଶ୍ଚିମବଙ୍ଗର ପୁରୁଲିଆ ଜିଲା ରାଇକିଆ ପାହାଡ଼ ସଂଲଗ୍ନ କ୍ୱିଲାପାଳ ଜଙ୍ଗଲରେ ବୁଲୁଥିବା ମହାବଳ ବାଘୁଣୀ ଜିନ୍ନତକୁ ଧରିବା ପାଇଁ ବନ ବିଭାଗ ପ୍ରୟାସ ଜାରି ରଖିଛି। ଯନ୍ତାରେ ଛେଳି ଓ ବାର୍‌ହା ରଖି ଖାଦ୍ୟ ଦିଆଯାଉଥିଲେ ମଧ୍ୟ ବାଘୁଣୀ ଖାଇବାକୁ ଆସୁନାହିଁ। କିନ୍ତୁ ଏବେ ଖବର ମିଳୁଛି ଯେ ମରାଠୀ ବାଘୁଣୀ ଜିନତ ଗାଏବ। ଗତକାଲିଠାରୁ ବାଘୁଣୀର ମିଳୁନି ସଠିକ୍ ପତ୍ତା।

ବାଘୁଣୀ ଜିନ୍ନତକୁ ଓଡ଼ିଶା ଛାଡ଼ିବାକୁ ୨ ସପ୍ତାହ ପୂରିଛି। ଶିମିଳିପାଳରୁ ଭାୟା ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାର ବାନ୍ଦ୍ୱୱାନ୍ ଜଙ୍ଗଲରେ ଘୂରି ବୁଲୁଥିଲା ବାଘୁଣି । କିନ୍ତୁ ଗତକାଲିଠାରୁ ତା ସଠିକ୍ ଠିକଣା ମିଳିପାରୁ ନାହିଁ। ଏହାକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗର ବନ ବିଭାଗ ଟିମ୍ ପାଇଁ ଚିନ୍ତା ବଢ଼ାଇଛି।ବାଘୁଣୀ ବେକରେ ଲାଗିଥିବା ରେଡିଓ ସିଗ୍ନାଲ ପାଉନି ବନ ବିଭାଗ। ସୋମବାର ବିଳମ୍ବିତ ରାତିରେ ରେଡିଓ କଲାରରୁ ଥରେ ସିଗନାଲ ମିଳିଥିଲା। ଏହାପରଠୁ ବାଘୁଣୀ ବେକରେ ଲାଗିଥିବା ରେଡିଓ କଲାରରୁ କୌଣସି ସୂଚନା ମିଳିପାରୁନାହିଁ। ପୁରୁଲିଆ ରାଇକା ପାହାଡ଼ ଗୁମ୍ପାରେ ଜିନ୍ନତ ଥିବା ଅନୁମାନ କରାଯାଉଛି । ଜିପିଏସ ଟ୍ରାକିଂ ଚାଲିଛି, ନିରନ୍ତର ମନିଟରିଂ କରାଯାଉଛି। ଏପଟେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ବରିଷ୍ଠ ଅଧିକାରୀଙ୍କ ସହ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ୍ ଯାଇ ପୁରୁଲିଆର ବାନ୍ଦୱାନ ରାଇକା ପାହାଡ ନିକଟରେ ଡେରା ପକାଇଛନ୍ତି । ଖୁବଶୀଘ୍ର ତାକୁ ଶିମିଳିପାଳକୁ ଫେରାଇ ଅଣାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି ।

Post a Comment

أحدث أقدم
Header ADS