Header ADS

بلا عنوان

 ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜନ୍ମ ଜୟନ୍ତୀ।



ନୁଆଦିଲ୍ଲୀ,୨୫।୧୨: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜନ୍ମ ବାର୍ଷିକୀ । ଏହି ବିଶେଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଇନଷ୍ଟାଗ୍ରାମରେ ଲେଖିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଜୀଙ୍କୁ ତାଙ୍କର ୧୦୦ ତମ ଜନ୍ମ ବାର୍ଷିକୀରେ ଆଦରପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।

ଏକ ଶକ୍ତିଶାଳୀ, ସମୃଦ୍ଧ ଏବଂ ଆତ୍ମର୍ନିଭରଶୀଳ ଭାରତ ଗଠନ ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ତାଙ୍କର ଭିଜନ ଏବଂ ମିଶନ ଏକ ବିକଶିତ ଭାରତ ପାଇଁ ସଂକଳ୍ପରେ ନିରନ୍ତର ଶକ୍ତି ଯୋଗାଇବ।

ଏଥି ସହ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଇନଷ୍ଟାଗ୍ରାମରେ ଲେଖିଛନ୍ତି, 'ମୁଁ ପୂର୍ବତନ ପ୍ରଧାନମନ୍ତ୍ରୀ, ଭାଜପାର ପ୍ରତିଷ୍ଠାତା ଅଟଳ ବିହାରୀ ବାଜପେୟୀ ଜୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଭକ୍ତପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଅଟଳ ଜୀଙ୍କ ମାଧ୍ୟମରେ ଦେଶରେ ବିକାଶ ଏବଂ ସମୃଦ୍ଧତା ଆସିଛି। ଆଦର୍ଶ ଏବଂ ମୂଲ୍ୟବୋଧ ରାଜନୀତିରେ ତାଙ୍କର ଉତ୍ସର୍ଗୀକୃତ, ଭଲ ଶାସନର ଏକ ନୂତନ ଯୁଗ ଆରମ୍ଭ କରିଥିବା ବାଜପେୟୀ ଜି ତାଙ୍କ ରାଜନୈତିକ ଜୀବନରେ ସର୍ବଦା ଦେଶର ସୁରକ୍ଷା ଏବଂ ଜନ କଲ୍ୟାଣକୁ ପ୍ରାଧାନ୍ୟ ଦେଇଆସୁଥିଲେ। ଦେଶବାସୀଙ୍କୁ ଅନନ୍ତକାଳ ପର୍ଯ୍ୟନ୍ତ ଜାତୀୟ ସେବା ପଥରେ ମାର୍ଗଦର୍ଶନ ଜାରି ରଖିବେ ଭାରତର ଏହି ରତ୍ନ।

Post a Comment

أحدث أقدم
Header ADS