Header ADS

ନମ୍ବର ବିହୀନ ବାଇକ୍ ଧକ୍କାରେ ଗୁରୁତର ହେଲେ ସାଇକେଲ ଆରୋହି ।

 ନମ୍ବର ବିହୀନ ବାଇକ୍ ଧକ୍କାରେ ଗୁରୁତର ହେଲେ ସାଇକେଲ ଆରୋହି ।


ବାଲେଶ୍ଵର,୩୦/୧୨(ବସନ୍ତ ମହାନ୍ତି): ବାଇକ୍ ଏବଂ ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଗୁରୁତର ଆହତ ହୋଇଛନ୍ତି ସାଇକେଲ ଆରୋହି। ସୂଚନା ଅନୁଯାୟୀ ଆଜି ସୁରଜ ମୋଟର୍ସ ରୁ ନମ୍ୱର୍ ବିହୀନ ନୂତନ ବଜାଜ ପଲ୍ସର୍ ବାଇକ୍ କୁ ନେଇ ଗୋପାଳପୁର ସ୍ଥିତ ଅନ୍ୟ ଏକ ବାଇକ୍ ସୋରୁମ୍ କୁ ଯାଉଥିବା ବେଳେ ବାଲେଶ୍ଵର ଲକ୍ଷ୍ମୀନାରାୟଣ ମନ୍ଦୀର ପାଖାପାଖି ଉକ୍ତ ବାଇକ୍ ଟି ଏକ ସାଇକେଲ ଆରୋହିଙ୍କୁ ଧକ୍କା ଦେଇଥିଲା ଫଳରେ ସାଇକେଲ ଆରୋହି ଜଣକ ଗୁରୁତର ହୋଇଥିବା ବେଳେ ବାଇକ୍ ଅରୋହି ମଧ୍ଯ ସାମାନ୍ୟ ଆହତ ହୋଇଥିଲେ। ତୁରନ୍ତ ଉଭୟଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ହେଲେ ସାଇକେଲ ଆରୋହି ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାତରିତ କରାଯାଇଛି। ତେବେ ଦୁର୍ଘଟଣା ଘଟାଇଥିବା ବାଇକ୍ କୁ ସଦର ଥାନା ପୋଲିସ ପହଞ୍ଚି ଜବଦ କରିବା ସହିତ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି। ତେବେ ସବୁଠାରୁ ବଡ଼ କଥା ହେଉଛି ଗୋଟିଏ ସୋରୁମ୍ ରୁ ଅନ୍ୟ ଏକ ଜାଗାକୁ ନମ୍ୱର୍ ବିହୀନ ବାଇକ୍ କୁ କେମିତି ନିଆଯାଉଥିଲା ଏବଂ ବାଇକ୍ ନେଇ ଯାଉଥିବା ଲୋକର ଡ୍ରାଇଭିଂ ଲାଇସେନ୍ସ ଅଛିକି ନାହିଁ ଏସବୁ ତଦନ୍ତ ପରିସରଭକ୍ତ ହେବା ନେଇ ସ୍ଥାନୀୟ ଲୋକେ ଦାବି କରୁଥିବା ଜଣାପଡିଛି। ଅନ୍ୟପଟେ ସାଇକେଲ ଆରୋହି ଙ୍କ ଘର କୁରୁଡ଼ା ଅଞ୍ଚଳର ବୋଲି ଜଣାପଡ଼ିଥିବା ବେଳେ ଆଗକୁ ପୋଲିସ ର ତଦନ୍ତ କେଉଁ ଦିଗରେ ଯାଉଛି ତାହା ଦେଖିବାକୁ ବାକି ରହିଲା।

Post a Comment

أحدث أقدم
Header ADS