Header ADS

ବେଆଇନ ମୋରମ୍ ଟ୍ରକକୁ ଜବତ କଲା ନୀଳଗିରି ପୋଲିସ।

 ବେଆଇନ ମୋରମ୍ ଟ୍ରକକୁ ଜବତ କଲା ନୀଳଗିରି ପୋଲିସ।



ନୀଳଗିରି,୩୦/୧୧(ଓଡ଼ିଶା ଆଦର୍ଶ):କିଛି ଦିନ ଧରି ନିଳଗିରି ତହସିଲ ଅଧିନରେ ଥିବା ବେଆଇନ ଚୋରା ମୋରମ ଖଦାନରୁ ଟ୍ରିପ ଟ୍ରିପ ମୋରମ ଚାଲାଣ କରାଯାଇଛି। ଚୋରା ବେପାରୀ ମାନେ ଲକ୍ଷ ଲକ୍ଷ ଟଙ୍କା ଇନକମ କରୁଥିବା ବେଳେ ରାଜସ୍ବ ବିଭାଗ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛି। ଏଥିପ୍ରତି ନା ରାଜସ୍ବ ବିଭାଗ ନା ଖଣି ବିଭାଗ କାହାରି ରୋକ୍ ଲଗାଇବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ନିଳଗିରି ପୋଲିସ ଏବେ ଚୋରା ଖଣିଜ ଦ୍ରବ୍ୟ ପରିବହନଉପରେ କଢ଼ା ନଜର ରଖିଛନ୍ତି। ଗତ ଶୁକ୍ରବାର ରାତିରେ ପୋଡ଼ାଶୂଳ ଅଞ୍ଚଳରୁ ଚୋରାରେ ମୋରମ ଚାଲାଣ ହେଉଥିବା ବେଳେ ନିଳଗିରି ପୋଲିସ ମାଡ଼ି ବସିଥିଲା। ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଥିବା ବେଳେ ଡମ୍ପର (ଓ.ଡି.ଜିର.୧.ଏ.ଜି.୩୫୭୪) ଟ୍ରକକୁ ଜବତ କରି ଥାନାରେ ରଖିଛନ୍ତି। ଏନେଇ ୩୮୫/୨୪ରେ ଏକ ମାମଲା ରୁଜୁ ହୋଇଥିବାର ଆଇ.ଆଇ.ସି ଗୋପାଳ କର୍ଣ୍ଣ ସୂଚନା ଦେଇଛନ୍ତି।

Post a Comment

Previous Post Next Post
Header ADS