Header ADS

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ୨୨ତମ ବାର୍ଷିକ କ୍ରୀଡ଼ା ସମାରୋହ ଭଦ୍‌ଯାପିତ ।

 ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ୨୨ତମ ବାର୍ଷିକ କ୍ରୀଡ଼ା ସମାରୋହ ଭଦ୍‌ଯାପିତ ।



ନୀଳଗିରି,୩୦/୧୧(ଓଡ଼ିଶା ଆଦର୍ଶ):ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି, ଓଡ଼ିଶା ଆନୁକୂଲ୍ୟରେ ନୀଳଗିରି ଷ୍ଟାଡିୟମ ପଡ଼ିଆରେ ନୀଳଗିରି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଦୁଇ ଦିବସୀୟ ୨୨ତମ ବାର୍ଷିକ କ୍ରୀଡ଼ା ସମାରୋହ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ଦକ୍ଷିଣନରସିଂହପୁର ପଞ୍ଚାୟତ ସମିତି ସଭ୍ୟା ପଦ୍ମଜା କାନୁନଗୋ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ ପୂର୍ବକ କ୍ରୀଡାକୁ ଶୁଭାରମ୍ଭ କରିଥିଲେ। ପରେ ଛାତ୍ର/ଛାତ୍ରୀ ମାନଙ୍କ ଦ୍ଵାରା ସ୍ଵାଗତ ସଂଗୀତ ପରିବେଷଣ କରାଯାଇଥିଲା।ଉତ୍ସବରେ ମୁଖ୍ୟଅତିଥି ଭାବେ ନୀଳଗିରି ଥାନାର ଆଇ.ଆଇ.ସି.ଗୋପାଳ ଚନ୍ଦ୍ର କର୍ଣ୍ଣ ଯୋଗଦେଇ ପାଠ ସହିତ ଶାରିରୀକ ବିକାଶ ପାଇଁ,କ୍ରୀଡା ଏକ ପ୍ରମୁଖ ମାଧ୍ୟମ ବୋଲି କୁନିକୁନି ଶିଶୁଙ୍କ ଉଦ୍ଦେଶ୍ୟରେ ନିଜର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ | ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଜୟକୃଷ୍ଣ ବାରିକ ମଞ୍ଚ ପରିଚାଳନା କରିଥିବା ବେଳେ ବରିଷ୍ଠ ଆଚାର୍ଯ୍ୟ ମହେନ୍ଦ୍ର ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ | ପ୍ରଥମରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏହି କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ | କ୍ରୀଡ଼ା ଶିକ୍ଷକ ରବୀନ୍ଦ୍ର ବାରିକ କ୍ରୀଡ଼ାପରିଚାଳନା କରିଥିବା ବେଳେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଶେଷରେ ବିଦ୍ୟାଳୟର ସମ୍ପାଦକ ପ୍ରଦୀପ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post
Header ADS