Header ADS

ବ୍ୟାଙ୍କରୁ ଲୋନ୍ ଟଙ୍କା ଉଠାଇ ନେଉଥିବା ବେଳେ ଟଙ୍କା ଲୁଟିଲେ ଦୁର୍ବୃତ୍ତ,

 ବ୍ୟାଙ୍କରୁ ଲୋନ୍ ଟଙ୍କା ଉଠାଇ ନେଉଥିବା ବେଳେ ଟଙ୍କା ଲୁଟିଲେ ଦୁର୍ବୃତ୍ତ, ଦୁଇ ଯୁବକ ଅଟକ ।



ଓଡ଼ିଶା ଆଦର୍ଶ ବ୍ୟୁରୋ: ବ୍ୟାଙ୍କରୁ ଲୋନ୍ ଟଙ୍କା ଉଠାଇ ନେଉଥିବା ବେଳେ ଟଙ୍କା ଲୁଟିଲେ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ଭୋଗରାଇ ଦେହୁର୍ଦ୍ଦା ସ୍ଥିତ ଷ୍ଟେଡ଼ ବ୍ୟାଙ୍କରୁ ଦିନ ଦିପ୍ରହର ସମୟରେ ବନାବସାଣ ସ୍ଥିତ ମା' ବାସନ୍ତୀ ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ୪ ଲକ୍ଷ ଟଙ୍କା ଉଠାଇ ଆଣିଥିଲେ । ଏହି ସମୟରେ ଏକ ଆପାଚି ବାଇକରେ ଆସି ଦୁଇ ଜଣ ଯୁବକ ଟଙ୍କା ଲୁଟ୍ କରିଥିଲେ ।

ମହିଳା ମାନେ ଚିତ୍କାର କରିବା ପରେ ସ୍ଥାନୀୟ ଲୋକ ମାନେ ଦୁଇ ଜଣ ଯୁବକଙ୍କୁ କାବୁ କରିବା ସହିତ ଉତ୍ତମ ମଧ୍ୟମ ଦେଇ ଟଙ୍କା ବ୍ୟାଗ୍ କୁ ଛଡାଇ ମହିଳା ମାନଙ୍କୁ ଦେଇଥିଲେ । ଖବର ପାଇ ଭୋଗରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କୁ ସେଠାରୁ ଥାନାକୁ ଆଣି ଅଟକ ରଖି ଅଧିକ ପଚରା ଉଚରା କରୁଛି।

Post a Comment

Previous Post Next Post
Header ADS