Header ADS

ଜିଲ୍ଲାପାଳଙ୍କୁ ବାଲିଗୁଡା ବ୍ଲକ ସ୍ତରୀୟ ପଞ୍ଚାୟତ ଜନପ୍ରତିନିଧି ଙ୍କ ଦାବିପତ୍ର ପ୍ରଦାନ।

 ଜିଲ୍ଲାପାଳଙ୍କୁ ବାଲିଗୁଡା ବ୍ଲକ ସ୍ତରୀୟ ପଞ୍ଚାୟତ ଜନପ୍ରତିନିଧି ଙ୍କ ଦାବିପତ୍ର ପ୍ରଦାନ।



ବାଲିଗୁଡା,୧୭/୧୧(ସନ୍ଦିପ କୁମାର ନାୟକ):କନ୍ଧମାଳ ଜିଲ୍ଲାପାଳ ଅମୃତ ଋତୁରାଜ ଙ୍କୁ ବାଲିଗୁଡା ବ୍ଲକ ସ୍ତରୀୟ ପଞ୍ଚାୟତ ଜନପ୍ରତିନିଧି ପରିଷଦ ପକ୍ଷରୁ ଆଜି ଜନଶୁଣାଣୀ କାର୍ଯ୍ୟକ୍ରମରେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ରେ ବିଶେଷଜ୍ଞ ଡାକ୍ତର ମାନଙ୍କୁ ଯୋଗାଇ ଦେବା ନିମନ୍ତେ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ବ୍ଲକ ସ୍ତରୀୟ ପଞ୍ଚାୟତ ଜନ ପ୍ରତିନିଧି ସଭାପତି ପ୍ରତାପ ମଲ୍ଲିକ ଏବଂ ଉପସଭାପତି ପରମାନନ୍ଦ ନାୟକ ଙ୍କ ନେତୃତ୍ୱରେ ଆଜି ଜନ ଶୁଣାଣି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳକୁ ଭେଟି ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ବିଶେଷଜ୍ଞ ଡାକ୍ତର, ଆବଶ୍ୟକୀୟ ଡାକ୍ତର, ସ୍ତ୍ରୀ ପ୍ରସୂତି ବିଭାଗ ଡାକ୍ତର, ଶିଶୁ ବିଭାଗ ଡାକ୍ତର, ଅସ୍ଥି ବିଶେଷଜ୍ଞ ଡାକ୍ତର, ଚକ୍ଷୁ ବିଭାଗ ଡାକ୍ତର, ଅଟ୍ରାସାଉଣ୍ଡ ସେବା ନିୟମିତ କରିବା ନିମନ୍ତେ ଦାବିପତ୍ର ପ୍ରଦାନ କରି ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରିବା ନିମନ୍ତେ ନିବେଦନ କରିଛନ୍ତି। ଏହି ଉପଖଣ୍ଡ ଚିକିତ୍ସାଳୟ କୁ ଅଞ୍ଚଳର ଅନେକ ଲୋକ ନିର୍ଭର କରି ଆସନ୍ତି ହେଲେ ବିଶେଷଜ୍ଞ ଡାକ୍ତର ନ ଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ସାଧାରଣ ରୋଗ ହେଲେ ମଧ୍ୟ ଡାକ୍ତର ଅଭାବ ଯୋଗୁଁ ଜିଲ୍ଲା ଚିକିତ୍ସାଳୟକୁ ପ୍ରେରଣ କରାଯାଉଥିବାରୁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ। ଏହି ସମସ୍ୟାର ସମାଧାନ ହେଲେ ଅଞ୍ଚଳର ଲୋକମାନେ ଉପକୃତ ହେବେ ବୋଲି କହିଛନ୍ତି ଉପସଭାପତି ପରମାନନ୍ଦ ନାୟକ।

Post a Comment

Previous Post Next Post
Header ADS