ଭୂମିହୀନଙ୍କୁ ଜମିପଟ୍ଟା ବଣ୍ଟନ କଲେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ।
ନୀଳଗିରି,୭/୧୧(ଓଡ଼ିଶା ଆଦର୍ଶ): ଗୁରୁବାର ପୂର୍ବାହ୍ନରେ ଧୋବଶିଳା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଭୂମିହୀନ ମାନଙ୍କୁ ବାଲେଶ୍ୱର ସାଂସଦ ମାନ୍ୟବର ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଜମିପଟ୍ଟା ପ୍ରଦାନ କରିଛନ୍ତି ।ଉକ୍ତ କାର୍ଯ୍ୟକ୍ରମରେ ନୀଳଗିରି ସହକାରୀ ଜିଲ୍ଲାପାଳ ତଥା ଅତିରିକ୍ତ ତହସିଲଦାର ଦାୟୀତ୍ବରେ ଥିବା ଇଶ୍ୱରଚନ୍ଦ୍ର ରଣା ମଧ୍ୟ ଉପସ୍ଥିତ ଥିଲେ । ଉକ୍ତ ପଟ୍ଟାବଣ୍ଟନ କାର୍ଯ୍ୟକ୍ରମରେ ୧୯ଜଣ ଭୂମୀହୀନ ମାନଙ୍କୁ ୪ ଡିସିମିଲ ଲେଖାଏଁ ଘରବାଡ଼ି ପଟ୍ଟା ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ, ଧୋବଶିଳା ସରପଞ୍ଚ ଦିଲ୍ଲୀପ ସିଂ, ପଞ୍ଚାୟତ ବିଜେପି ସଭାପତି ପ୍ରଦୀପ ସ , ନାଏବ ସରପଞ୍ଚ ଜୟନ୍ତୀ ମଲ୍ଲିକ , ଗୌତମ ବାରିକ , ଅଜିତ କୁମାର ବାରିକ, ମନୀନ୍ଦ୍ର ରାଉତ, ଗଜେନ୍ଦ୍ର ଗିରି , ପଙ୍କଜ କୁମାର ପଣ୍ଡା ପ୍ରମୁଖ ଶତାଧିକ ଲୋକ ଉପସ୍ଥିତ ଥିଲେ।
Post a Comment