ନିଆରା ଢଙ୍ଗରେ ଦୀପାବଳି ପାଳିଲେ ସମାଜସେବୀ ବୁଲୁ ମଲ୍ଲିକ।
ବାଲିଗୁଡା,୨/୧୧(ସନ୍ଦୀପ କୁମାର ନାୟକ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ନିଆରା ଢଙ୍ଗରେ ଆଲୋକର ପର୍ବ ଦୀପାବଳି ପାଳିଲେ ଉକ୍ତ ଅଞ୍ଚଳର ଜଣାଶୁଣା ସମାଜସେବୀ ବୁଲୁ ମଲ୍ଲିକ। ସମାଜସେବୀ ବୁଲୁ ମଲ୍ଲିକ ଚଳିତ ବର୍ଷର ଦୀପାବଳି କୁ ଏକ ନିଆରା ଢଙ୍ଗରେ ପାଳିଲେ ସାର୍ତ୍ତୃଲୁ ଗ୍ରାମ ପଞ୍ଚାୟତର ଉପାନ୍ତ ଗ୍ରାମ ମେଡ୍ କୁଡ ରେ। କୁନି କୁନି ଅସହାୟ ଛୁଆ ମାନଙ୍କୁ ପୋଷାକ ବିତରଣ କରିଛନ୍ତି ଯୁବ ସମାଜ ସେବୀ ବୁଲୁ ମଲିକ। ନା ସେହି ଗ୍ରାମକୁ ଯିବା ପାଇଁ ଅଛି ଭଲ ରାସ୍ତା ଖଣ୍ଡେ ନା ଅଛି ରହିବା ପାଇଁ ସୁନ୍ଦର ବାସଗୃହ ଅଛି କେବଳ ବଣ, ଜଙ୍ଗଲ,ପାହାଡ଼। ଏହି ପାଠ ପଢିବା ପାଇଁ ସ୍କୁଲ ଘର ନାହଁ ପିଇବା ପାଇଁ ସ୍ୱଚ୍ଛ ପାନୀୟ ଜଳ ମଧ୍ୟ ନାହିଁ କେବଳ ନାଳ ନର୍ଦ୍ଧମା ପାଣି ବ୍ୟବହାର କରୁଛନ୍ତି ଅଞ୍ଚଳବାସୀ । ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ଉପାନ୍ତ ଅଞ୍ଚଳକୁ ଯାଇ କୁନି କୁନି ଛୁଆଙ୍କ ସହ ଦୀପାବଳି ପାଳିଛନ୍ତି ସମାଜ ସେବୀ ବୁଲୁ ମଲିକ ।
କୁନି କୁନି ଛୁଆଙ୍କ ମୁହଁରେ ହସ ଟିକେ ଦେଖିବା ହେଉଛି ତାର ମୂଳ ଲକ୍ଷ ।ଏହି ଛୁଆ ମନେ ହେଉଛନ୍ତି ଆଗାମୀ ଭବିଷ୍ୟତର ନାଗରିକ ଏମାନଙ୍କୁ ଗୋଡି ତୋଳିବା ହେଉଛି ଆମର କର୍ତ୍ତବ୍ୟ । ଉପାନ୍ତ ଅଞ୍ଚଳ ଗସ୍ତ ସମୟରେ ଫ୍ରେଣ୍ଡସ୍ କ୍ଲବର ସକ୍ରିୟ ସଦସ୍ୟ ମଥୁରା ପ୍ରଧାନ ଓ ନିରଞ୍ଜନ ସାହୁ ନିଜର ବହୁ ମୂଲ୍ୟ ସମୟ ନଷ୍ଟ କରି ବୁଲୁ ମଲିକଙ୍କୁ ସହଯୋଗ କରିଥିବାରୁ କ୍ଲବର ସଦସ୍ୟଙ୍କୁ ଧନ୍ୟବାଦ ଦେଇଛନ୍ତି। ଏପରି କାର୍ଯ୍ୟକୁ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଖୁବ ପ୍ରସଂଶା କରିଛନ୍ତି।
Post a Comment