କନ୍ଧମାଳରେ ଚାଞ୍ଚଲ୍ୟ।
ମୃତ ଯୁବକଙ୍କ ପରିବାରରୁ ଆସିଲା ସାଙ୍ଘାତିକ ଅଭିଯୋଗ।
ବାଲିଗୁଡ଼ା, ୧୮/୧୦(ଓଡ଼ିଶା ଆଦର୍ଶ):ମୋଟା ଙ୍କର ଟଙ୍କା ନେଇ ଅସ୍ତ୍ରପଚାର ସଫଳ ହୋଇଛି କହିବା ପରେ ମେଡିକାଲ ପକ୍ଷରୁ ପରିବାର ଲୋକଙ୍କୁ ମୃତ ହେଇଥିବା ସୂଚନା ଦେଇଛନ୍ତି। ପରିବାର ପକ୍ଷରୁ ମେଡିକାଲ କର୍ମଚାରୀଙ୍କୁ ପଚାରିବାରୁ କୌଣସି ସନ୍ତୋଷ ଜନକ ଉତ୍ତର ମିଳିନଥିଲା। ବର୍ତ୍ତମାନ ପରିବାର ପକ୍ଷରୁ ଅଭିଯୋଗ ଯେ ଦୁର୍ଘଟଣାରେ ମୁଣ୍ଡରେ ଆଘାତ ହୋଇଥିବା ବେଳେ ପେଟରେ କଣ ପାଇଁ ହେଇଛି ଅସ୍ତ୍ରପ୍ରଚାର? ଅନ୍ୟ ପକ୍ଷରେ ମେଡିକାଲ ରେ ଅସ୍ତ୍ରପ୍ରଚାର ନିମନ୍ତେ ମୋଟା ଅଙ୍କର ଟଙ୍କା ପୈଠ କଲାପରେ ଦେହ ସୁସ୍ଥ ଅଛି ବୋଲି କହି କିଛି ସମୟ ପରେ ହିସ୍ପିଟାଲ ବାବୁଲା ଦିଗାଲ ଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତ ଟିକରବାଜୁ ଗାଁରେ । ସୂଚନା ମୁତାବକ 13 ତାରିଖରେ ଝିଅ ଜ୍ବାଇଁ ଘରକୁ ଯିବା ସମୟରେ ଡଡ଼ଙ୍ଗ ନିକଟରେ ଗୋଟିଏ ଗାଡ଼ି ସହିତ ଧକ୍କା ହେବା ଫଳରେ ଗୁରୁତ୍ୱରେ ହୋଇ ପ୍ରଥମେ ତୁମୁଡ଼ିବନ୍ଧ ,ବାଲିଗୁଡ଼ା ଓ ଫୁଲବାଣୀହସ୍ପିଟାଲ କୁ ରେଫର ହୋଇ ତା ପରେ ଭୁବନେଶ୍ବର ଏମ୍ସ ହସ୍ପିଟାଲ କୁ ରେଫର ହୋଇ ଶେଷରେ କୌଣସି କାରଣ ବଶତଃ ଏକ ଘରେଇ ହସ୍ପିଟାଲ ଯାହା କି ରୁଦ୍ର ହସ୍ପିଟାଲ ରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କଟକ ରୁଦ୍ର ହସ୍ପିଟାଲ ରୁ ଘୋରେଇ ଆମ୍ବୁଲାନ୍ସ ଯୋଗେ ମର ଶରୀର ନିଜ ଗାଁ ଟିକରବାଜୁ କୁ ଆସିଥିଲା। ପରିବାର ପକ୍ଷରୁ ସଂଗୀନ ଅଭିଯୋଗ ହେଉଛି ଯେ ମୃତ ବାବୁଲା ଦିଗାଲ ଙ୍କୁ ମୁଣ୍ଡରେ ଆଘାତ ଲାଗିଥିଲା କିନ୍ତୁ ତାଙ୍କୁ ପେଟରେ କଟାଯାଇ କିଡ଼ନୀ ବାହାର କରାଯାଇଛି। ଏହି ଘଟଣାଟି ଅଞ୍ଚଳ ପାଇଁ ନୂଆ ଥିବା ବେଳେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।ବର୍ତମାନ ମୃତ ବାବୁଲା ଦିଗାଲଙ୍କ ପରିବାର ପକ୍ଷରୁ ବାଲିଗୁଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ବେଳେ ବାଲିଗୁଡା ଥାନାରେ କେସ ସଂଖ୍ୟା 257,ତା 17/10/24 ୟୁଏସ 281,106 ବିଏନଏସ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଥିବା କହିଛନ୍ତି ବାଲିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ ସୁଶାନ୍ତ କୁମାର ସାହୁ।ପୁଣି ଆଜି ବାଲିଗୁଡା ମାଜିଷ୍ଟେଟ ସହକାରୀ କଲେକ୍ଟର ହରେକୃଷ୍ଣ ରାଉତ,ବାଲିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ, ବାରଖମା ଫାଣ୍ଡି ଅଧିକାରୀ ବିକାଶ କୁମାର ଜାଲି, ଯୁଗଳ ନାୟକ ଙ୍କ ସହ ଟିକରବାଜୁ ଆସି କବର ହୋଇଥିବା ମୃତ ଶରୀର କୁ ପୁନର୍ବାର ଖୋଳି ବାହାର କରି ଶବ ବ୍ୟବଚ୍ଛେଦ ନିମନ୍ତେ ଉପଖଣ୍ଡ ଚିକିତ୍ସାଳୟ ବାଲିଗୁଡା କୁ ପଠେଇ ଥିବା ଦେଖିବାକୁ ମିଳିଛି। ଏହି ଘଟଣାର ପ୍ରକୃତ ରହସ୍ୟ କଣ ଅଛି ସେ ନେଇ ବାଲିଗୁଡା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହେଇଛି।
Post a Comment