Header ADS

୪୪ ବର୍ଷରେ ପଦାର୍ପଣ କଲା ଟାଙ୍ଗଣା ସର୍ବଜନୀନ ଲକ୍ଷ୍ମୀ ପୂଜା।

 ୪୪ ବର୍ଷରେ ପଦାର୍ପଣ କଲା ଟାଙ୍ଗଣା ସର୍ବଜନୀନ ଲକ୍ଷ୍ମୀ ପୂଜା।

 


ନୀଳଗିରି,୧୮/୧୦(ଓଡ଼ିଶା ଆଦର୍ଶ): ନୀଳଗିରି ବ୍ଳକ ପିଠାହତା ପଞ୍ଚାୟତ ଟାଙ୍ଗଣା ଛକ ସର୍ବଜନୀନ ଲକ୍ଷ୍ମୀ ପୂଜା ୪୪ ବର୍ଷରେ ପଦାର୍ପଣ କରିଛି  | ସୁନ୍ଦର ତୋରଣ ସାଜସଜ୍ଜା ସମେତ ଚିକମିକ୍ ଆଲୋକ ମାଳା  ପୂଜା ମଣ୍ଡପର ଶୋଭା ଦ୍ଵିଗୁଣିତ କରିଛି।  ଅପରାହ୍ନରେ ପୂଜକ ମାନଙ୍କ  ଦ୍ବାରା ମନ୍ତ୍ର, ପାଠ ସହ ପୁର୍ଣ୍ଣ କଳସ ଯାତ୍ରା ମଣ୍ଡପକୁ ଆସିବା ପରେ କର୍ତ୍ତା ଭାବେ କମିଟି ର ମୁଖ୍ୟ ଉଦ୍ୟକ୍ତାଙ୍କ ଦ୍ୱାରା ଆୟୋଜିତ ପୂଜାରେ ସଭାପତି ଦିଲ୍ଲୀପ ରାଜ ସମ୍ପାଦକ ମାନସ ବୁଗୁଡ଼ାଇ ଉପସ୍ଥିତ ରହି ପୂଜା କାର୍ଯ୍ୟ ଯଥା ଵିଧି ସମ୍ପାଦନ କରିଥିଲେ |  ଆଜି  କମିଟି ପକ୍ଷରୁ ୪ ହଜାର ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ତା କରାଯାଇଥିଲା ଏବଂ ଆସନ୍ତା କାଲି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ନେଇ କମିଟିର ସଭାପତି ସୂଚନା ଦେଇଛନ୍ତି |  ତେବେ ମା ଙ୍କ ପୂଜାର୍ଚ୍ଚନା ରେ କମିଟି ର ଉଦ୍ୟକ୍ତା ମାନଙ୍କ ମଧ୍ୟରେ ଅନିଲ ରାୟ, ସୁମନ ରାୟ, ଅଭିମନ୍ୟୁ ବୁଗୁଡ଼ାଇ, ଅସନି ଜେନା, ନିରଞ୍ଜନ ବୁଗୁଡ଼ାଇ, ବିକାଶ ରାୟ, ସୁନୀଲ ରାୟ, ପ୍ରକାଶ ରାୟ, ନିରଞ୍ଜନ ସିଂ, ଭବାନୀ ଶଙ୍କର ଭୋଇ, ସୁରେନ୍ଦ୍ର ରାଜ, ନାରାୟଣ ରାଜ, ବିଶ୍ୱମ୍ବର ବୁଗୁଡ଼ାଇ, ପ୍ରଭାକର ବୁଗୁଡ଼ାଇ ପ୍ରମୁଖ ସହଯୋଗ କରିଥିଲେ।

Post a Comment

Previous Post Next Post
Header ADS