Header ADS

୧ରୁ ବନ୍ଦ ଆମ୍ବୁଲାନ୍ସ ସେବା , ରାସ୍ତାକୁ ଓହ୍ଲାଇବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ।

 ୧ରୁ ବନ୍ଦ ଆମ୍ବୁଲାନ୍ସ ସେବା , ରାସ୍ତାକୁ ଓହ୍ଲାଇବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ।



ଓଡ଼ିଶା ଆଦର୍ଶ ବ୍ୟୁରୋ,୨୯/୧୦ :-  ରାଜ ରାସ୍ତା କୁ ଓହ୍ଲାଇବେ ଆମ୍ବୁଲାନ୍ସ କର୍ମଚାରୀ । ୧ ତାରିଖରୁ  ଗଡ଼ିବନି ୧୦୮ ଆମ୍ବୁଲାନ୍ସ ସେବା । ସମାନ କାମକୁ ସମାନ ଦରମା ନ ଦେଲେ ୩୦ତାରିଖରୁ ୧୦୮ ଆମ୍ବୁଲାନ୍ସର ଜିପିଏସ ବଟନ୍ ବନ୍ଦ କରି ରୋଗୀ ସେବା ନଯୋଗାଇବା ନେଇ ଚେତାବାନୀ ଦେଇଛନ୍ତି ରାଜ୍ୟ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ । ପ୍ରତି ଜିଲ୍ଲାରୁ ୨୦୦ରୁ ଅଧିକ ପିଲାଙ୍କୁ କାର୍ଯ୍ୟରେ ନିଯୁକ୍ତି ଦିଆଯାଇନଥିବା ଅଭିଯୋଗ କରିଛି ସଂଘ । ତେଣୁ ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ନିଯୁକ୍ତି ଦେବାକୁ ଦାବି ହୋଇଛି । ଦାବି ପୂରଣ ନ ହେଲେ ନଭେମ୍ବର ୧ ତାରିଖରୁ ସାରା ରାଜ୍ୟବ୍ୟାପୀ ୧୦୮ ଆମ୍ବୁଲାନ୍ସ ସେବା ବନ୍ଦ ଲାଗି ମହାସଂଘ ଧମକ ଦେଇଛନ୍ତି । 

ବିଶେଷ କରି ଚାଳକମାନେ ୮ ଘଣ୍ଟା ବଦଳରେ ୧୨ ଘଣ୍ଟା ଡ୍ୟୁଟି କରୁ ଥିବା ବେଳେ ସମାନ ପାରିଶ୍ରମିକ ମିଳୁ ନାହିଁ । ପୂର୍ବରୁ ଜିକିଜା ହେଲଥ କେୟାର ନାମକ ଏକ ଘରୋଇ କମ୍ପାନୀ ଜରିଆରେ ୧୦୮ ଆମ୍ବୁଲାନ୍ସ ପରିଚାଳନା ହୋଇଥିବା ବେଳେ ବର୍ତ୍ତମାନ ଏମ୍ରି ଗ୍ରୀନ ନାମକ କମ୍ପାନୀ ଏହି ଦାୟିତ୍ୱ ନେବା ପରେ ଅନେକ ଚାଳକ ଦରମା ପାଉ ନ ଥିବା ଅଭିଯୋଗ ହୋଇଛି । ଏନେଇ ବିଭିନ୍ନ ଜିଲ୍ଲାରେ ଆମ୍ବୁଲାନ୍ସ କର୍ମଚାରୀ ଏହାର ପ୍ରତିବାଦ କରିବା ସହ ତୁରନ୍ତ ସମସ୍ୟାର ସମାଧାନ ଦାବି କରିଛନ୍ତି ।

Post a Comment

أحدث أقدم
Header ADS