ଶଶୁର ଘରେ ଜ୍ୱାଇଁର ଆତ୍ମହତ୍ୟା,ବାରଖମା ଫାଣ୍ଡିରେ ହତ୍ୟା ଅଭିଯୋଗ ଆଣିଲେ ପରିବାର
କନ୍ଧମାଳ,୨୯/୧୦(ସନ୍ଦିପ କୁମାର ନାୟକ):ଶଶୁର ଘରେ ସ୍ତ୍ରୀର ଶାଢ଼ୀ ରେ ଜ୍ୱାଇଁ ର ଆତ୍ମହତ୍ୟା । ମୃତକ ପରିବାର ପକ୍ଷରୁ ବାରଖମା ପୋଲିସ୍ ଫାଣ୍ଡିରେ ଲିଖିତ ଅଭିଯୋଗ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ଟିକେରବାଜୁ ଗ୍ରାମରେ । ସୂଚନା ମୁତାବକ ମୃତ ବ୍ୟକ୍ତି ସିମନ୍ ଦିଗାଲ ସଲାଗୁଡ଼ ପଞ୍ଚାୟତ ହୋଇଥିବା ବେଳେ ସେ ଟିକେରବାଜୁ ଗାଁରେ ବିବାହ କରିଥିଲେ । ହେଲେ ମୃତ ଶିମନ୍ ଦିଗାଲ ଓ ସ୍ତ୍ରି ମଧ୍ୟରେ କିଛି ମାସ ହେବ ଦୁହିଁଙ୍କ ମଧ୍ୟରେ ପାରିବାରିକ ଅଶାନ୍ତିକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇ ମୃତ ସିମନଙ୍କ ସ୍ତ୍ରୀ ତିନି ମାସ ହେବ ନିଜ ବାପା ଘରେ ରହି ଆସୁଥିଲେ । ହେଲେ ଗତକାଲି ସେହି ଗାଁରେ ଗୋଟିଏ ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମରେ ମୃତ ସୀମନ ଦିଗାଲ ଯୋଗଦେଇ ସବୁ କାର୍ଯ୍ୟରେ ସହଯୋଗ ପରେ ରାତିରେ ସ୍ତ୍ରୀର ଗୋଟିଏ ଶାଢ଼ୀ ସାହାଯ୍ୟରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।
ମୃତ ସୀମନଙ୍କ ପରିବାର ଆତ୍ମହତ୍ୟା ଘଟଣାକୁ ସହଜରେ ଗ୍ରହଣ କରୁ ନାହାନ୍ତି। ବାଧ୍ୟହୋଇ ଶେଷରେ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ବାରଖମା ଫାଣ୍ଡି ଅଧିକାରୀ ବିକାଶ କୁମାର ଜାଲି ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚକିତ୍ସାଳୟକୁ ପଠେଇ ଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା କହିଛନ୍ତି ଫାଣ୍ଡି ଅଧିକାରୀ ।
إرسال تعليق