Header ADS

ବାତ୍ୟା ଅଞ୍ଚଳ ପରିଦର୍ଶନ କଲେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ

 ବାତ୍ୟା ଅଞ୍ଚଳ ପରିଦର୍ଶନ କଲେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ 



ନୀଳଗିରି,୨୮/୧୦(ଓଡ଼ିଶା ଆଦର୍ଶ): ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବାତ୍ୟା ଅଞ୍ଚଳ ପରିଦର୍ଶନ କରି ସମୀକ୍ଷା କରିଛନ୍ତି । ଘରଦ୍ୱାର ଭାଙ୍ଗି, ଚାଷ ଜମି ଉଜୁଡ଼ି ନିର୍ବାଚନ ମଣ୍ଡଳୀରେ ବ୍ୟାପକ କ୍ଷତି ଘଟିଥିବା ନେଇ ବିଧାୟକ ଖଟୁଆ ଦୁଃଖ ପ୍ରକାଶ କରିଛନ୍ତି । ଏ ବାବଦରେ ସେ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା ମଧ୍ୟ କରି ସାରିଛନ୍ତି । ତୁରନ୍ତ ବାତ୍ୟା ବିପନ୍ନଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି । ଆଜି ବିଧାୟକ ଔପଦା ବ୍ଲକ ଦକ୍ଷିଣନରସିଂହପୁର ପଞ୍ଚାୟତର ବିଭିନ୍ନ ବୁଥ ବୁଲି ବାତ୍ୟା ସ୍ଥିତି ସମୀକ୍ଷା କରିଥିଲେ । ସ୍ଥାନୀୟ ରାଇସିଣିଆ ଓ ସାପୁଆ ନଦୀର ପୁନରୁଦ୍ଧାର ଏବଂ ଗାର୍ଡ଼ୱାଲ କରିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଦେଖିବାକୁ ମିଳିଛି ।

Post a Comment

أحدث أقدم
Header ADS