ଖୁସି ଛଡ଼ାଇ ନେଲା ଦୋଳି, ଝୁଲୁଥିବା ବେଳେ ଦୋଳି ରୁ ପଡ଼ି ନାବାଳକ ର ମୃତ୍ୟୁ।
ସୂଚନା ଅନୁସାରେ ବିଜୟ ପଶ୍ଚିମବଙ୍ଗର ଏକ ଘରୋଇ କମ୍ପାନିରେ କାମ କରୁଥିବା ବେଳେ ତାଙ୍କ ସ୍ତ୍ରୀ ଜୟନ୍ତୀ ତିନିଝିଅଙ୍କୁ ନେଇ ରୁହନ୍ତି। ପରିବାର ଚଳାଇବା ପାଇଁ ନିକଟସ୍ଥ କୋଚିଆକୋଇଲି ଛକରେ ସେ ଏକ ଲୁଗା ଦୋକାନ କରିଛନ୍ତି। ଆଜି ସନ୍ଧ୍ୟାରେ ଜୟନ୍ତୀ ଦୋକାନରେ ଥିବା ବେଳେ ତାଙ୍କ ଝିଅ ଶୁଭଶ୍ରୀ ଝୁଲୁଥିବା ଅବସ୍ଥାରେ ଅଚେତ ଥିବା ନେଇ ଖବର ପାଇ ଘରକୁ ଆସିଥିଲେ। ସେଠାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଝିଅ ଶୁଭଶ୍ରୀକୁ ନେଇ ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି। ନାବାଳିକାର ମା’ ଜୟନ୍ତୀ ଦୀକ୍ଷିତଙ୍କ କହିବା ଅନୁସାରେ ଝିଅ ଦୋଳି ଖେଳୁଥିବା ବେଳେ କୌଣସି ପ୍ରକାରରେ ଖସିପଡ଼ିଥିଲା। ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଂଚି ଶବ ବ୍ୟବଛେଦ ପାଇଁ ରଖିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
إرسال تعليق