Header ADS

ଭାଇର ଶୁଦ୍ଧିକ୍ରିୟା ପାଇଁ ଭଉଣି ଗାଁ ଗାଁ ବୁଲି ଭିକ୍ଷା ମାଗିବା ଘଟଣା.....



ନୀଳଗିରି,୧୩/୯(ଓଡ଼ିଶା ଆଦର୍ଶ): ଭାଇର ମୃତ୍ୟୁ ପରେ ଭଉଣି ଗାଁ ଗାଁ ବୁଲି ଭିକ୍ଷା ମାଗିବା ଘଟଣା  ବିଭିନ୍ନ ଖବର କାଗଜରେ ପ୍ରକାଶିତ ହେବା ପରେ ନୀଳଗିରି ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାବୀର ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସହାୟତାର ହାତ ବଢ଼ା ଯାଇଛି। ସୂଚନା ଅନୁଯାୟୀ ନୀଳଗିରି ବ୍ଲକ୍ ଧୋବଶିଳା ପଞ୍ଚାୟତ ଅଧିନ ଉଡ଼ାପଦା ଗାଁର ଫୁଲ ବିନ୍ଧାଣି ଦାରିଦ୍ର୍ୟ ପାଇଁ ମୃତ ଭାଇ ରମେଶର ଶବକୁ ଦାହ କରି ନପାରି ଭଉଣି ନିଜ ଗାଁ ଲୋକଙ୍କ ସହାୟତାରେ ଭାଇର ଶବକୁ ସ୍ୱର୍ଣ୍ଣଚୁଡ ପାହାଡ଼ର ପାଦଦେଶରେ ଥିବା ଜଙ୍ଗଲରେ ଗାତ ଖୋଳି ପୋତି ଦେଇଥିଲା। ପରେ ଭାଇର ଅନ୍ତେଷ୍ଟି କ୍ରିୟା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଥିବା ବେଳେ ଭଉଣି ତାର ଦୁଇ ସନ୍ତାନକୁ ଧରି ଗାଁ ଗାଁ ବୁଲି ଭିକ୍ଷା ମାଗିବା ଆରମ୍ଭ କରିଥିଲା। ଉକ୍ତ ଘଟଣାକୁ ବିଭିନ୍ନ ଖବର କାଗଜରେ ପ୍ରକାଶିତ ହେବା ପରେ ନୀଳଗିରି ତଥା ବାଲେଶ୍ଵର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାବୀର ଫାଉଣ୍ଡେସନ ଟ୍ରଷ୍ଟର ପ୍ରତିଷ୍ଠାତା ବିଦ୍ୟାଧର ବାରିକଙ୍କ ସମେତ ଟ୍ରଷ୍ଟର ସଦସ୍ୟ ପରମେଶ୍ବର ମଲ୍ଲିକ, ରଞ୍ଜିତ ମଲ୍ଲିକ, ପ୍ରମୟ ଜ୍ୟୋତି ମଲ୍ଲିକ, ଦିଗମ୍ବର ବେହେରା, ଜୟନ୍ତ କୁମାର ଜି, ପ୍ରଦୀପ ମଲ୍ଲିକ ପ୍ରମୁଖ ଉଡ଼ାପଦା ଗାଁ ରେ ପହଞ୍ଚି ଶୁଦ୍ଧିକ୍ରିୟା ପାଇଁ ୨ ହଜାର ଟଙ୍କା ଅର୍ଥ ରାଶି ସମେତ ୧ ମାସର ରାସନ୍ ସାମଗ୍ରୀ ଉକ୍ତ ଫୁଲ ବିନ୍ଧାଣି ଙ୍କୁ ସହାୟତା ପ୍ରଦାନ କରିଥିବା ଜଣାପଡ଼ିଛି। ତେବେ ମହାବୀର ଫାଉଣ୍ଡେସନ ଟ୍ରଷ୍ଟ ଏଭୋଳି ମହତକାର୍ଯ୍ୟ କରୁଥିବାରୁ ସାଧାରଣରେ ପ୍ରଶଂସା କରାଯାଉଛି।

Post a Comment

أحدث أقدم
Header ADS