ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ମୂଖ୍ଯ ପ୍ରଫେସର ଡ଼କ୍ଟର ଭାରତୀ ବାଳା ପଟ୍ଟନାୟକ ପ୍ରାରମ୍ଭିକ ଉଦବୋଧନ ଦେଇ ଆୟୋଜିତ କର୍ମଶାଳାର ପ୍ରମୁଖ ଉଦ୍ଦେଶ୍ଯ ସଂପର୍କରେ ଅବଗତ କରାଇଥିଲେ । ଏଥିସହ ଅତିଥିଗଣ ଭାରତର ବିଭିନ୍ନ ପ୍ରଦେଶ ଓ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ "ବାଲ୍ଯ ବିବାହ" ର ପ୍ରକୃତ ସ୍ଥିତିକୁ ପର୍ଯ୍ୟବେକ୍ଷଣ ଆଧାରରେ ପରିସଂଖ୍ୟାନ ସୂଚନା ପ୍ରଦାନ କରିଥିଲେ। ଏହି କର୍ମଶାଳାର ନିଷ୍କର୍ସକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାରେ ଗଣଯୋଗାଯୋଗ ବିଭାଗ, ଗଣମାଧ୍ୟମ ଓ ସମାଜସେବୀ ପ୍ରମୁଖଙ୍କ ଅତିରିକ୍ତ ଭୂମିକା ଗୁଡିକୁ ଉଦାହରଣ ମାଧ୍ୟମରେ ବୁଝାଇଥିଲେ। ବିଭିନ୍ନ ସାମାଜିକ ସମସ୍ୟାଗୁଡିକର ପର୍ଯ୍ୟବେକ୍ଷଣ ଅଧ୍ୟୟନ, ଏହାର ଦୂରୀକରଣ, ତୃଣମୂଳସ୍ତରରେ କାର୍ଯ୍ୟକ୍ଷମ ଅନୁଷ୍ଠାନ ସହ ଅନୁବନ୍ଧନ ଇତ୍ୟାଦି ବିଭିନ୍ନ ଉପାୟରେ ବାଲ୍ଯ ବିବାହ ଉଚ୍ଛେଦ ପାଇଁ ଚେଷ୍ଟା କରିବା ନେଇ ଛାତ୍ରଛାତ୍ରୀ, ଗବେଷଣାରତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରାଯାଇଥିଲା। ବାଲ୍ଯ ବିବାହର କାରଣ ଓ ନିରାକରଣ ସମ୍ବନ୍ଧିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଛାତ୍ରଛାତ୍ରୀଙ୍କୁ ଏହି ପ୍ରସଙ୍ଗରେ ନିଜର ସାମାଜିକ ଉତ୍ତରଦାୟିତ୍ବକୁ ନିର୍ବାହ କରିବାର ବିଭିନ୍ନ ଉପାୟ ଅବଲମ୍ବନ ସଂପର୍କରେ ଅବଗତ କରାଯାଇଥିଲା। ଏହାସହିତ ଏହି ସାମାଜିକ କୁସଂସ୍କାର ଦୂର କରିବା ପାଇଁ ଉଦ୍ଦିଷ୍ଟ କେନ୍ଦ୍ର ତଥା ରାଜ୍ଯ ସରକାରଙ୍କ ନିୟମ ଓ ଆଇନଗତ ପ୍ରକ୍ରିୟା ସଂପର୍କିତ ସବିଶେଷ ସୂଚନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ବିଶ୍ବବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ବାରା କଣ୍ଢେଇ ନାଚ ମାଧ୍ୟମରେ "ବାଲ୍ଯ ବିବାହ" ନିରାକରଣ ସଂପର୍କରେ ସରକାରଙ୍କ ଦାୟିତ୍ବ ଓ ଏହାର ଆଇନଗତ ଅଭିଯୋଗ ପାଇଁ ପ୍ରଚଳିତ ନିୟମାବଳୀକୁ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ବିଭାଗର ଅଧ୍ୟାପିକା ଡ଼କ୍ଟର ସ୍ମିତି ପାଢ଼ୀ ପରିଚାଳନା କରିଥିଲେ ଓ ଅଧ୍ୟାପକ ଡ଼କ୍ଟର ଅଶେଷ ନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ।
إرسال تعليق