Header ADS

ଫକୀରମୋହନ ବିଶ୍ୱବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ।

 


ନୀଳଗିରି, ୧୩/୯(ଓଡ଼ିଶା ଆଦର୍ଶ): ଫକୀରମୋହନ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ସଂସ୍କୃତ ବିଭାଗ ଦ୍ୱାରା "ବିଶ୍ୱ ସଂସ୍କୃତ ଦିବସ" ପାଳିତ ହୋଇ ଯାଇଛି । ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଉଦ୍‌ଘାଟକ ଭାବରେ ଯୋଗଦେଇ ସଂସ୍କୃତ ଭାଷା ସାହିତ୍ୟର ବିଶେଷତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଏହାର ପ୍ରଚାର ପ୍ରସାର ନିମିତ୍ତ ପଦକ୍ଷେପମାନ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହା ସହିତ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗକୁ ଏକ ନିୟମିତ ତଥା ଆଦର୍ଶ ବିଭାଗରେ ପରିଣତ କରି ଗବେଷଣା ନିମନ୍ତେ ଭିତ୍ତିଭୂମି ଯୋଗାଇ ଦେବାର ପ୍ରତିଶୃତି ଦେଇଥିଲେ । ମୁଖ୍ୟବକ୍ତା ଭାବରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଗୋପାଳକୃଷ୍ଣ ଦାଶ ଯୋଗଦେଇ ସଂସ୍କୃତ ତଥା ଓଡ଼ିଆ ଭାଷାରେ ଯୁଗ୍ମ ଗବେଷଣା ସଂପର୍କରେ ନିଜର ମୂଲ୍ୟବାନ୍ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଅନ୍ୟତମ ଅତିଥିଭାବରେ ସୀମାନ୍ତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର କ୍ଷିତୀଶ୍ବର ଦାଶ ଯୋଗଦେଇ ସଂସ୍କୃତ-ସାହିତ୍ୟ ସଂପର୍କରେ ନିଜର ସାରଗର୍ଭକ ବକ୍ତବ୍ୟ ରଖିଥ‌ିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ସଂସ୍କୃତଭାଷାର ବୈଜ୍ଞାନିକତା ଉପରେ ସୂଚନା ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ସଂସ୍କୃତ ବିଭାଗର ସଂଯୋଜକ ପ୍ରଫେସର ଦେବାଶିଷ ପାତ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂଯୁକ୍ତ ପ୍ରାଧ୍ୟାପକ ପ୍ରଫେସର ସୁବାସ ଚନ୍ଦ୍ର ଦାଶ ଅତିଥି ପରିଚୟ ଦେବା ସହ ସଂସ୍କୃତ ଦିବସର ସ୍ୱାତନ୍ତ୍ର୍ୟ ବିଷୟରେ କହିଥିଲେ । ବିଭାଗର ଅଧ୍ୟାପିକା ଡକ୍ଟର ଦେବସ୍ମିତା ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ବିଭାଗର ଅନ୍ୟତମ ଅଧ୍ୟାପକ ଡକ୍ଟର ପ୍ରୀତିରଞ୍ଜନ ମାଝୀ ସଂସ୍କୃତଦିବସ ଉପଲକ୍ଷେ ଆୟୋଜିତ ପ୍ରତିଯୋଗିତାରେ ପୁରସ୍କୃତ ଛାତ୍ରଛାତ୍ରୀଙ୍କ ବିବରଣୀ ପାଠ କରିଥିଲେ । ବିଭାଗର ଅଧ୍ୟାପକ ଡକ୍ଟର ଦେବାଶିଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଭାଷାସାହିତ୍ୟ ବିଭାଗର ସଂଯୁକ୍ତ ପ୍ରାଧ୍ୟାପକ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ ଏବଂ ଅନ୍ୟ ସହକାରୀ ଅଧ୍ୟାପକ, ଛାତ୍ରଛାତ୍ରୀ ଓ ଗବେଷକ-ଗବେଷିକା ଯୋଗ ଦେଇଥିଲେ । ବିଭାଗର ଛାତ୍ରଛାତ୍ରୀମାନେ ବେଦପାଠ କରିବା ସହିତ ସଂଗୀତ ଗାନ କରିଥିଲେ ।

Post a Comment

أحدث أقدم
Header ADS