Header ADS

କରମ ରାଜାଙ୍କ ଅଷ୍ଟମ ବାର୍ଷିକ ପୂଜାକୁ ଧୁମଧାମରେ ପାଳନ କଲେ ମାଦିଆ ସଂପ୍ରଦାୟର ଲୋକ।

 


ନୀଳଗିରି,୧୪/୯(ଓଡ଼ିଶା ଆଦର୍ଶ): ମାଦିଆ ସଂପ୍ରଦାୟର ଅଷ୍ଟମ ବାର୍ଷିକ ଭାଦ୍ରବ ଏକାଦଶୀ କରମ ପୂଜା ବହୁ ଧୁମ୍ ଧାମରେ ପାଳନ କରାଯାଉଛି।  ନୀଳଗିରି ବ୍ଲକ୍ ଶିଆଡିମାଳ ପଞ୍ଚାୟତ ବାବନ୍ଧ ଗ୍ରାମରେ ଉକ୍ତ କରମ ପୂଜା ଉପଲକ୍ଷେ ମାଦିଆ ଜାତିର ଭାଇ, ଭଉଣୀ ମାନେ ଧୁମ ଧାମ ରେ ଏହି ପର୍ବକୁ ପାଲନ କରି ଆସିଛନ୍ତି। ଆଦିବାସୀ ମାନଙ୍କର ପରମ୍ପରା କୁ ବଜାୟ ରଖି ଗତ ୧୨ତାରିଖରୁ ଉକ୍ତ କରମ ପୂଜା ଅଦ୍ୟାବଧି ଚାଲିଛି। ଏହି କରମ ପୂଜାର ପ୍ରଥମ ଦିନରେ ଛୋଟ ଛୋଟ ଝିଅ ମାନଙ୍କୁ ନେଇ ଗ୍ରାମରେ ଥିବା ବୁଗାଳିବନ୍ଧ ରୁ ବାଲି ଉଠାଇବା ସହିତ ସନ୍ଧ୍ୟା ସମୟରେ ଜଂହି ଫୁଲରେ ବାଲି ଉଠା ଡଲାକୁ ସଜାଇଥାନ୍ତି ଏବଂ ପୁରୁଷ ପିଲାମାନେ ମାଦଳ ,ଝୁମକା ଆଦି ପାରମ୍ପରିକ ବାଦ୍ୟ ବଜାଇ ପୂଜା ମଣ୍ଡପ କୁ ଆଣି କରମ ରାଜା ଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। 


ଏବଂ ଆଜି ହେଉଛି ଉକ୍ତ କରମ ପୂଜାର ତୃତୀୟ ଦିନ। ଆଜିର ପୁଜା କୁ ଆଦିବାସୀ ମାନଙ୍କର ବଡ କରମ ପୂଜା ବୋଲି ମନାଯାଏ। ଛୋଟ ଝିଅ ମାନେ ଜଙ୍ଗଲ ରୁ କରମ ଡାଳକୁ ଆଣି ତାକୁ ପୂଜା ଅର୍ଚ୍ଚନା କରନ୍ତି। ଏବଂ ରାତିସାରା ବହୁ ଧୁମଧାମରେ ମାଦଳର ତାଳେ ତାଳେ ଆଖଡ଼ା ସ୍ଥାନ ଝୁମି ଉଠେ । ପୁଣି ଆସନ୍ତା କାଲି ଅର୍ଥାତ ଶେଷ ଦିନରେ  ପୂଜା ପାଉଥିବା କରମ ରାଜାକୁ ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚି ନାଚି ପାଣିରେ ନେଇ ବିସର୍ଜନ କରିଥାନ୍ତି।

 ତେବେ ଉକ୍ତ ପରମ୍ପରାଟି ଆର୍ଥିକ ସମସ୍ୟା ପାଇଁ ବହୁ ବର୍ଷ ତଳୁ ବନ୍ଧ ହୋଇଥିବା ବେଳେ ବିଗତ ୮ବର୍ଷ ହେଲା ବାବନ୍ଧ ଗ୍ରାମରେ ପାଳନ କରାଯାଉଥିବା ଦେଖିବାକୁ ମିଳିଛି। ତେବେ ଉକ୍ତ କାର୍ଯ୍ୟକୁ ସଫଳ କରିବାକୁ ଆୟୋଜକ କର୍ତା ମାନେ ବେଶ୍ ଆନନ୍ଦ ସହକାରେ କାର୍ଯ୍ଯ ସମ୍ପନ୍ନ କରିଥାନ୍ତି। ଜୟନ୍ତ ବେହେରା, କୁଶ ଚନ୍ଦ୍ର ବେହେରା, ନିରଞ୍ଜନ ବେହେରା, ଚନ୍ଦ୍ରା ବେହେରା, ଯୋଗେନ୍ଦ୍ର ବେହେରା, ସୁଦାମ ବେହେରା, ବୈରାଗି ବେହେରା, ରଞ୍ଜନ ବେହେରା, ପ୍ରତାପ ଚନ୍ଦ୍ର ପ୍ରମୁଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟ କୁ ପରିଚାଳନା କରିଥିଲେ।

Post a Comment

Previous Post Next Post
Header ADS