ନୀଳଗିରି, ୧୪/୯(ଓଡ଼ିଶା ଆଦର୍ଶ); ନୀଳଗିରିରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି | କେତେବେଳେ ହାତୀ ଗାଁ ମୁହାଁ ହୋଇ ଘର ଭାଙ୍ଗୁଛି ତ ପୁଣି କେତେବେଳେ ଜୀବନ ମଧ୍ୟ ନେଉଛି।ଏ ସବୁ ସମସ୍ୟାର ସମାଧାନ ହୋଇପାରୁନଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଏକ ହାତୀ ପଲ ଅଁଳାପାଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା,ରାମଚନ୍ଦ୍ର ପଢିଆର,ଅରୁଣ କୁମାର ମଲ୍ଲିକଙ୍କ ଏକ ଏକରରୁ ଉର୍ଦ୍ଦ୍ବ ଚାଷ ହୋଇଥିବା ଧାନ କ୍ଷେତରେ ପସି ଛୋଟ ଛୋଟ ଧାନ ତଳାକୁ ଖାଇବା ସହ ଦଳି ଚକଟି ଫସଲ ସବୁ ନଷ୍ଟ କରିଦେଇଛନ୍ତି।ସ୍ଥାନୀୟ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ହାତୀଗୁଡିକୁ ଘଉଡାଇବା ସହ କ୍ଷୟକ୍ଷତି ହୋଇଥିବା ଧାନ କ୍ଷେତ ଗୁଡିକୁ ତଦାରଖ କରି ତୁରନ୍ତ କ୍ଷୟକ୍ଷତି ରାଶି ପ୍ରଦାନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି। କିନ୍ତୁ ଆଜି ଅପରାହ୍ନ ସମୟରେ ପୁଣି ଉକ୍ତ ହାତୀଗୁଡିକ ବିଲ ମୁହାଁ ହୋଇଥିବା ବେଳେ ବନବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଚାଷୀ।
Post a Comment