ନୀଳଗିରି,୨୭/୯(ଓଡ଼ିଶା ଆଦର୍ଶ):ଅନିର୍ଦ୍ଦିଷ୍ଟକାଳ ପାଇଁ ଉତ୍ତର ଓଡିଶାର ପ୍ରସିଦ୍ଧ ବାଲେଶ୍ୱର ଜିଲା ନୀଳଗିରିର ପଞ୍ଚଲିଙ୍ଗେଶ୍ୱର ପୀଠରେ ବାବାଙ୍କୁ ସ୍ପର୍ଶ କରି ଦର୍ଶନ କରିବାକୁ ବାରଣ କରାଯାଇଛି। ଲଗାଣ ବର୍ଷା ଯୋଗୁଁ ଦେବଗିରି ପାହାଡ଼ର ଉପର ମୁଣ୍ଡରୁ ପାଣି ସବୁ ତଳକୁ ପ୍ରଖର ସ୍ରୋତରେ ଆସି ଶୈବପୀଠସ୍ଥଳିରେ ଲହଡ଼ି ମାରୁଛି। ପଥର ଖୋଲ ଭିତରେ ଥିବା ବାବାଙ୍କ ଶିରି ଉପର ଦେଇ ୪ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ଗତ କାଲି ସନ୍ଧ୍ୟାରେ ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ, ପୂଜକମାନେ ଛିଡ଼ା ହୋଇ ସନ୍ଧ୍ୟା ଆଳତୀ କରିବା ମଧ୍ୟ କଷ୍ଟକର ହୋଇପଡ଼ିଥିଲା। ପାହାଡ଼ ପାଣି ର ପ୍ରବଳ ସ୍ରତରେ ପାଞ୍ଚଲିଙ୍ଗ ବୁଡ଼ି ଯାଇଥିବା ଖବରପାଇ ବହୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ସେଠାରେ ପହଞ୍ଚି ପୂଜାର୍ଚ୍ଚନା ମଧ୍ୟ କରିଥିଲେ। ଯେଉଁସ୍ଥାନରେ ଭକ୍ତମାନେ ଛିଡ଼ା ହୋଇ ବାବାଙ୍କୁ ପୂଜାର୍ଚ୍ଚନା କରନ୍ତି, ସେହି ଚଟାଣରେ ଉପରେ ଦେଢ଼/ଦୁଇଫୁଟ ଉଚ୍ଚର ପାଣି ଲହଡ଼ି ମାରୁଥିବା ଦେଖିବାକୁ ମିଳିଛି ସେଇପରି ପୂଜା ମଣ୍ଡପର ଦୀପ ଜାଳିବା ସ୍ଥାନରେ ମଧ୍ୟ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି ଫଳରେ ବାବାଙ୍କୁ ସ୍ପର୍ଶ କରି ଦର୍ଶନ କରିବାକୁ ଭକ୍ତଙ୍କୁ ସ୍ଥାନୀୟ କମିଟି ପକ୍ଷରୁ ବାରଣ କରାଯାଇଛି।
Post a Comment