Header ADS

ଫକୀରମୋହନ ବିଶ୍ୱବିଦ୍ୟାଳୟ ଦ୍ବାରା ସମୁଦ୍ର ତଟ ସ୍ବଚ୍ଛତା କାର୍ଯ୍ୟକ୍ରମ।

 

             

ନୀଳଗିରି, ୨୨/୦୯(ଓଡ଼ିଶା ଆଦର୍ଶ): ଆନ୍ତର୍ଜାତିୟ ତଟୀୟ ସ୍ବଚ୍ଛତା ଦିବସ ପାଳନ ଅବସରରେ ଫକୀରମୋହନ ବିଶ୍ବବିଦ୍ୟାଳୟ ତରଫରୁ ଚାନ୍ଦିପୁର ବେଳାଭୂମିର ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ତଥା ଅଣଶିକ୍ଷକ କର୍ମଚାରୀମାନଙ୍କ ଏକ ୭୫ ଜଣିଆ ସ୍ବେଚ୍ଛାସେବୀ ଦଳ ଚାନ୍ଦିପୁର ବେଳାଭୂମିର ସ୍ବଚ୍ଛତାକୁ ପୁନଃରୁଦ୍ଧାର କରିବାର ଲକ୍ଷ୍ଯ ନେଇ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।ଏଥିରେ ବେଳାଭୂମିରୁ ପ୍ରାୟ ୧.୨୭ ଟନ୍ ର ପ୍ଲାଷ୍ଟିକ, କାଚ ଇତ୍ୟାଦି ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇଥିଲା। ଏହାସହିତ ଏକ ରାଲି ଆୟୋଜିତ କରାଯାଇ ସମୁଦ୍ର ତଟର ସ୍ବଚ୍ଛତାର ସୁରକ୍ଷା ସଂପର୍କିତ ବିଭିନ୍ନ ପ୍ଲାକାର୍ଡ ପ୍ରଦର୍ଶନ ସହ ସ୍ଳୋଗାନ ଦିଆଯାଇଥିଲା। 

ସ୍ଥାନୀୟ ଜନସାଧାରଣଙ୍କ ସଚେତନତା ପାଇଁ ବାର୍ତ୍ତା ପ୍ରଚାର କରାଯାଇଥିଲା। ଆନ୍ତର୍ଜାତିକ ସମୁଦ୍ର ତଟ ସ୍ବଚ୍ଛତା ଦିବସ ପାଳନର ଏହି କାର୍ଯ୍ୟକ୍ରମଟି ଭାରତ ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ,ଏନସିସିଆର-ଚେନ୍ନାଇ ସହ ସହଯୋଗରେ ଆୟୋଜିତ ତଥା ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ଭୂବିଜ୍ଞାନ ବିଭାଗ, ସାମୁଦ୍ରିକ ବାୟୋ-ଉତ୍ସ ଏବଂ ବାୟୋଟେକ୍ନୋଲୋଜି ଓ ବିଶ୍ୱବିଦ୍ୟାଳୟର ଏନଏସଏସ ବିଭାଗ ଦ୍ବାରା ପରିଚାଳିତ କରାଯାଇଥିଲା। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରାଙ୍କ ସମେତ ଜିଓଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ଼କ୍ଟର ସ୍ମୃତିରେଖା ସାହୁ, ଛାତ୍ର କଲ୍ୟାଣ ନିର୍ଦ୍ଦେଶକ ଡ଼କ୍ଟର ନିହାର ରଞ୍ଜନ ରାଉତ, ଡ଼କ୍ଟର ଅଶାନ୍ତ ରଞ୍ଜନ ରାଉତ, ଏନଏସଏସ ପ୍ରୋଗ୍ରାମ ଅଫିସର ଡ଼କ୍ଟର ଜଗନ୍ନାଥ ବେହେରା, ଡ଼କ୍ଟର ପ୍ରତିମା ପ୍ରଧାନ, ଡ଼କ୍ଟର ଅସୀମ ଅମିତାଭ ପ୍ରଧାନ,ଡ଼କ୍ଟର ପଙ୍କଜିନୀ ମହନ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂପାଦନ କରାଯିବାରେ ସହଯୋଗ କରିବା ସହ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ଯ, ଫକୀରମୋହନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ଧରଣର ସ୍ବଚ୍ଛତା କାର୍ଯ୍ୟକ୍ରମ ବିଶେଷ ସମୟ ବ୍ୟବଧାନରେ ଅନୁଷ୍ଠିତ ହୋଇଆସୁଛି

Post a Comment

Previous Post Next Post
Header ADS