Header ADS

ଋଣ ପ୍ରଦାନକାରୀ ସଂସ୍ଥା ର ଦବଙ୍ଗଗିରି ।କ୍ଳେମ ରେ ଅହେତୁକ ବିଳମ୍ବ ପାଇଁ ଅଟକ ରହିଲେ ଷ୍ଟାଫ |

 


ନୀଳଗିରି, ୫/୯(ଓଡ଼ିଶା ଆଦର୍ଶ): ବାହାନଗା ସ୍ଥିତ ଗୋପାଳପୁର ରେ ଥିବା ୟୁନିଟ ସ୍ମଲ ଫାଇନାନ୍ସ ପ୍ରାଇଭେଟ ଲିମିଟେଡ ଏକ ଅର୍ଥ ଲଗାଣକାରୀ ସଂସ୍ଥା ପକ୍ଷରୁ ନୀଳଗିରିର ବିଭିନ୍ନ ଗ୍ରାମକୁ ଋଣ ପ୍ରଦାନ କରିବା ପରେ ମାସିକିଆ କିସ୍ତି ଆଦାୟ କରୁଥିଲେ |ନୀଳଗିରି ଏନଏସି ୬ନମ୍ବର ୱାଡ଼ ମଙ୍ଗଳା ସାହି ର ହିତାଧିକାରୀ ଅନାଦି ସିଂହ ଙ୍କ ସ୍ତ୍ରୀ ସୀତା ସିଂହ ଏହି ସଂସ୍ଥା ରୁ ଋଣ ନେଇ ଉଚିତ ସମୟରେ ପରିଶୋଧ କରି ଆସୁଥିଲେ | ଗତ ୫ ମାସ ତଳେ ସୀତା ସିଂହ ଙ୍କ ମୃତ୍ୟୁ ହେବାପରେ ତାଙ୍କର ସମସ୍ତ କାଗଜ ପତ୍ର ନେବା ପରେ ୪୫ ଦିନ ଭିତରେ କ୍ଳେମ ଦେବାକୁ ଉକ୍ତ ସଂସ୍ଥାର କର୍ମଚାରୀ କହିଥିଲେ ହେଁ ଅଦ୍ୟାବଧି କ୍ଳେମ ମିଳିପାରିନାହିଁ |

 ଠିକ ସେହିଭଳି ନୀଳଗିରି ଏନଏସି  ୧ ନମ୍ବର ୱାଡ଼ ନିଜଗଡ଼ ଗ୍ରାମର ସ୍ବର୍ଗତ ଖିରୋଦ କୁମାର ଦାସ ଙ୍କ ପୁଅ ରତ୍ନାକର ଦାସ ଏହି ସଂସ୍ଥାରୁ ଋଣ ମଧ୍ୟ ଆଣି ଉଚିତ ସମୟରେ ପରିଶୋଧ କରି ଆସୁଥିଲେ | ଗତ ବର୍ଷ ଜାନୁୟାରୀ ମାସରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ଗୋଡ଼ ରେ  ଦୁଇ ଥର ଅସ୍ତ୍ରୋ ପ୍ରଚାର କରାଯାଇଥିଲା | ହେଲେ କ୍ଳେମ ବାବଦରେ ଅଦ୍ୟାବଧି ସମସ୍ତ ଦସ୍ତାବିଜ ଉକ୍ତ ଅର୍ଥ ଲଗାଣକାରୀ ସଂସ୍ଥାକୁ ପ୍ରଦାନ କରାଯାଇ ଥିଲେ ସୁଧା ଆଜକୁ ଦେଢ଼ ବର୍ଷ ରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ସୁଧା କ୍ଳେମ ଟଙ୍କା ଦେବାରେ କମ୍ପାନୀ ଟାଳଟୁଳ ନୀତି ଅବଲମ୍ବନ କରିଆସୁଥିଲେ | ଆଜି ଅପରାହ୍ନ ୪.୩୦ ମିନିଟ ସମୟରେ ଏହି ସଂସ୍ଥାର କଲେକ୍ସନ ଅଫିସର ଆସି କିସ୍ତି ଟଙ୍କା କଲେକ୍ସନ କରୁଥିବା ବେଳେ ଅସନ୍ତୋଷ ହିତାଧିକାରୀ ଆଜି ଏକ ଜୋଟହୋଇ କଲେକ୍ସନ ଅଫିସରକୁ ଅଟକାଇ କ୍ଳେମ ଟଙ୍କା ମାଗିଥିଲେ | ପରେ ବଚସା ହେବାରୁ ନୀଳଗିରି ପୋଲିସ ହସ୍ତକ୍ଷେପ କରିବା ପରେ ଆସନ୍ତା ସାତଦିନ ଭିତରେ କ୍ଳେମ ଟଙ୍କା ଦେବେବୋଲି ଲିଖିତ ପ୍ରତିଶୃତି ପରେ ସମାଧାନ ହୋଇଥିଲା |

Post a Comment

Previous Post Next Post
Header ADS