ନୀଳଗିରି, ୧୩/୯(ଓଡ଼ିଶା ଆଦର୍ଶ): ହୋ ଭାଷା କୁ ସମ୍ବିଧାନ ର ଅଷ୍ଟମ ଅନୁସୂଚିରେ ସାମିଲ ଦାବି ନେଇ ଅଖିଳ ଭାରତୀୟ ହୋ ଭାଷା ର କ୍ରିୟାନୁଷ୍ଠାନ ର ରାଜ୍ୟ ସଭାପତି ବସନ୍ତ କୁମାର ସିଂ ବୁଧବାର ଦିନ ନୀଳଗିରି ଉପଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ଭାରତର ପ୍ରଧାନ ମନ୍ତ୍ରୀ, ଗୃହମନ୍ତ୍ରୀ, ଓଡି଼ଶାର ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି | ଦାବି ଗୁଡ଼ିକ ମଧ୍ୟରେ ହୋ ଭାଷା କୁ ସମ୍ବିଧାନରେ ଅଷ୍ଟମ ସୂଚୀରେ ସାମିଲ କରିବା, ଓଡିଶାରେ ହୋ ଭାଷାକୁ ଦ୍ୱିତୀୟ ରାଜ ଭାଷା ର ମାନ୍ୟତା ପ୍ରଦାନ କରିବା, ସଠିକ ଭାବରେ ହୋ ଭାଷାରେ ଅଙ୍ଗନୱାଡି ମାନଙ୍କରେ "ନୂଆ ଅରୁଣିମା" ମାର୍ଗ ଦର୍ଶିକା ପୁସ୍ତକ ପ୍ରଚଳନ କରିବା, ପ୍ରାଥମିକ ବିଦ୍ୟାଳୟ ଠାରୁ ବିଶ୍ୱ ବିଦ୍ୟାଳୟ ପର୍ଯ୍ୟନ୍ତ ହୋ ଭାଷା ରେ ପାଠ୍ୟକ୍ରମ ପ୍ରଚଳନ କରିବା, ୭୦ ପ୍ରତିଶତ ରୁ ଅଧିକ ହୋ ଛାତ୍ର ଛାତ୍ରୀ ଥିବା ପ୍ରାଥମିକ ବିଦ୍ୟାଳୟରେ ହୋ ଶିକ୍ଷକ ନିଯୁକ୍ତି, ପ୍ରମୁଖ ଦାବି ଏଥିରେ ଆନ୍ତର୍ଭୁକ୍ତ ରହିଛି | ଉକ୍ତ ଦାବିପତ୍ର ପ୍ରଦାନ ସମୟରେ ଗରଡ଼ିହି ପଞ୍ଚାୟତ ସରପଞ୍ଚ ଶିବାଜୀ ସିଂ, ପୂର୍ବତନ ସରପଞ୍ଚ ଭାଗିରଥି ସିଂ, ଚନ୍ଦନ ସିଂ, ରବୀନ୍ଦ୍ର କୁମାର ସିଂ, କାର୍ତ୍ତିକ ସିଂ, ବିଜୟ ସିଂ, ମାନଗୋବିନ୍ଦ ସିଂ ପ୍ରମୁଖ ଉପସ୍ଥିତ ଥିଲେ |
Post a Comment