ନୀଳଗିରି,୨/୯(ଓଡ଼ିଶା ଆଦର୍ଶ):ନୀଳଗିରି ପୋଷ୍ଟ ଅଫିସ ଆଗରେ ହୋ ହାଲ୍ଲା, ସୁଭଦ୍ରା ଯୋଜନା ଓ ଆଧାର କାର୍ଡ ସଂଶୋଧନ ପାଇଁ ଲୋକଙ୍କ ପ୍ରବଳ ଭିଡ଼।ଆଜି ଠାରୁ ସୁଭଦ୍ରା ଯୋଜନା ପାଇଁ ଆବେଦନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ନୀଳଗିରି ପୋଷ୍ଟ ଅଫିସ ସମ୍ମୁଖରେ ଲୋକଙ୍କ ପ୍ରବଳ ଗୋହଳି ଲାଗିଛି। ଲୋକଙ୍କ ଗହଳି କୁ ଦେଖି ପୋଷ୍ଟ ଅଫିସ ମୁଖ୍ୟ ଫାଟକରେ ତାଲା ପକାଇଲେ ଅଫିସ କର୍ମଚାରୀ। ତେବେ କୋଡିଏ ରୁ ଅଧିକ ସୁଭଦ୍ରା ଯୋଜନା ଆବେଦନ ଫର୍ମ ନିଆଯାଉ ନଥିବାରୁ ହୋ ହାଲ୍ଲା କରିଛନ୍ତି ଆବେଦନ କାରି। ଶେଷରେ ଭୁଲ ରେ ସୁଭଦ୍ରା ଯୋଜନା ଆବେଦନ ଫର୍ମ ପକାଇବାକୁ ଆସିଥିବା ଆବେଦନ କାରୀ ଫେରିଯାଇଥିବା ଦେଖିବାକୁ ମିଳିଛି।
Post a Comment