ନୀଳଗିରି,୩୧/୮(ଓଡ଼ିଶା ଆଦର୍ଶ):ରାଜ୍ୟ ସରକାରଙ୍କ ମହିଳା ସଶକ୍ତି କରଣ ପାଇଁ ନୂତନଯୋଜନା "ସୁଭଦ୍ରା"ର ସଫଳ ରୂପାୟନ ପାଇଁ ଶନିବାର ଅପରାହ୍ନ ୫ଘଟିକା ସମୟରେ ନୀଳଗିରି ବ୍ଲକ୍ ସମ୍ମିଳନୀ କକ୍ଷରେ ନୀଳଗିରି ବିଡିଓ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ମୁଖ୍ୟତଃ ବ୍ଲକର ସମସ୍ତ ଯୋଗ୍ୟ ହିତାଧିକାରୀ କିପରି ବିନା ଶୁଳ୍କରେ ଆବେଦନ ପତ୍ର ପାଇପାରିବେ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ପଞ୍ଚାୟତର ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର ଆବେଦନ ଫର୍ମ ମିଳିବା ସହିତ ପ୍ରତି ଘରକୁ ଘର ଯାଇ ଅଙ୍ଗନୱାଡ଼ି କର୍ମୀ ଉକ୍ତ ଫର୍ମ ଯୋଗାଇଦିଆଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ। ଯଦି କୌଣସି ଯୋଗ୍ୟ ହିତାଧିକାରୀ ଉକ୍ତ ଫର୍ମ ପାଇବାରୁ ବଞ୍ଚିତ ହୁଅନ୍ତି କିମ୍ବା କୌଣସି ବ୍ୟକ୍ତି ଲାଞ୍ଚ ମାଗନ୍ତି ତାହେଲେ ସେମାନେ ଏଥିପାଇଁ ରାଜ୍ୟ ସରକାର ଗଠନ କରିଥିବା ଏକ ୮ଜଣିଆ ଉଚ୍ଚସ୍ତରୀୟ କମିଟିରେ ଅଭିଯୋଗ କରିପାରିବେ ବୋଲି ବିଡିଓ ଶ୍ରୀ ଦିଲ୍ଲୀପ ସୂଚନା ଦେଇଛନ୍ତି। ତେଣୁ ବ୍ଲକର ସମସ୍ତ ଯୋଗ୍ୟ ହିତାଧିକାରୀ ଆଗାମୀ ସେପ୍ଟେମ୍ବର ୨ତାରିଖରୁ ପ୍ରତି ଅଙ୍ଗନୱାଡ଼ି କେନ୍ଦ୍ର, ଜନସେବା କେନ୍ଦ୍ର, ମୋ ସେବା କେନ୍ଦ୍ର ଓ ବ୍ଲକରେ ବିନା ମୂଲ୍ୟରେ ପାଇପାରିବେ। ଏଥିପାଇଁ ପ୍ରତି ଜନସାଧାରଣ ସଚେତନ ହେବାକୁ କୁହାଯାଇଛି। ଏହି କମିଟିରେ ବିଡିଓଙ୍କ ସମେତ ତହସିଲଦାର ଦିପ୍ତିମୟି ବେହେରା, ସିଡ଼ିପିଓ ଗୀତାଞ୍ଜଳି ମହାପାତ୍ର, ସି. ପି ତାପସ କୁମାର ଭୂୟାଁ, ଏମ. ଆଇ ରାଜଲକ୍ଷ୍ମୀ ପଣ୍ଡା, ବି ଏସ ଏସ ଓ ମୁକୁଲରାଜ ଅଭିଷେକ ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏବଂ ୟୁକୋ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର ସାମିଲ ଅଛନ୍ତି।
Post a Comment