ନୀଳଗିରି,୦୪/୦୮(ଓଡ଼ିଶା ଆଦର୍ଶ) ହସ ଖୁସିରେ ଚାଲିଥିଲା ସୁନାର ସଂସାର ହେଲେ କିଏ ଜାଣିଥିଲା ଏହି ସୁନାର ସଂସାର ଉପରେ ଏମିତି ଏକ କଳା ବାଦଲ ଢାଙ୍କି ଆସିବ ବୋଲି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନୀଳଗିରି ଅଞ୍ଚଳରେ।
ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ଆରବନ୍ଧ ପଞ୍ଚାୟତ ଶାଳଡହର ଗ୍ରାମର କରୁଣା କର ଧଡ଼ା ଧରମପୁର ପଞ୍ଚାୟତ ଅଧୀନ ଧରମପୁର ଗ୍ରାମର ସନ୍ତୋଷ ମହୁରିଆଙ୍କ ବଡ଼ ଝିଅ ଅନ୍ନପୂର୍ଣ୍ଣା ଙ୍କୁ ବିବାହ କରିଥିଲେ।
କରୁଣାକର ମୟୂରଭଞ୍ଜ ଜିଲ୍ଲା ଶ୍ରୀଦାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ୍ରେସର ଭାବେ ଚାକିରି କରୁଥିଲେ ହେଲେ ସବୁକିଛି ଠିକ୍ ଠାକ୍ ଚାଲୁଥିବା ବେଳେ ୨୦୧୫ ମସିହାରେ ଶଶୁର ଘର ଧରମପୁରକୁ ବୁଲିବାକୁ ଆସିଥିଲେ ଏବଂ ଚାକିରୀକୁ ଯିବା କହି ଶଶୁର ଘରୁ ଶ୍ରୀଦାମଚନ୍ଦ୍ରପୁର କୁ ଯାଇଥିଲେ ହେଲେ ଆଜି ପର୍ଯ୍ୟନ୍ତ କରୁଣାକରଙ୍କ କୌଣସି ପତ୍ତା ମିଳୁନାହିଁ। ତେବେ ଏନେଇ ସ୍ତ୍ରୀ ଏବଂ ଶଶୁର ଘର ଲୋକେ ବିଭିନ୍ନ ବନ୍ଧୁ ବାନ୍ଧବ ଘରେ ଖୋଜିବା ପରେ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ବାରିପଦା, କୁଣ୍ଡାବାଇ, ଉଦଳା ଏବଂ ବରହମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ହେଲେ ଅଦ୍ୟାବଧି ୯ବର୍ଷ ବିତି ଯାଇଥିଲେ ହେଁ କୌଣସି ଥାନାରୁ ନିଖୋଜ କରୁଣାକରଙ୍କ କୌଣସି ସନ୍ଧାନ ମିଳିପାରି ନାହିଁ। ତେବେ ସ୍ତ୍ରୀ ଅନ୍ନପୂର୍ଣ୍ଣା କୌଣସି ସାହାରା ନ ପାଇ ବାପ ଘରେ ଅତି କଷ୍ଟରେ ଜୀବନ ବିତାଉଛନ୍ତି।
ତେବେ ଏନେଇ ବାଲେଶ୍ଵର ଜିଲ୍ଲାପାଳ, ବାଲେଶ୍ଵର ସାଂସଦ, ବାଲେଶ୍ଵର ଆରକ୍ଷୀ ଅଧିକ୍ଷକ, ନୀଳଗିରି ବିଧାୟକ ଘଟଣାକୁ ଗୁରୁତର ସହ ଗ୍ରହଣ କରି ଅନ୍ନପୂର୍ଣ୍ଣାଙ୍କ ନିଖୋଜ ସ୍ବାମୀଙ୍କୁ ଖୋଜି ବାହାର କଲେ ଉକ୍ତ ପାରିବାରର ତିନି ପ୍ରାଣୀ ବଞ୍ଚିଯାଇ ପାରନ୍ତେ ବୋଲି ସାଧାରଣରେ ଦାବୀ ହେଉଛି।
إرسال تعليق