Header ADS

କାଉଡ଼ିଆ ଭକ୍ତଙ୍କୁ ସେବା ଯୋଗାଇଲେ ଯୁବକ।

 


ନୀଳଗିରି, ୦୪/୦୮ (ଓଡ଼ିଶା ଆଦର୍ଶ) ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ୍ ଜଡ଼ିଦା ପଞ୍ଚାୟତର ପୋଡ଼ାଶୂଳ ଛକ ଠାରେ ଆଜି ସନ୍ଧ୍ୟା ଠାରୁ ସ୍ଥାନୀୟ ଯୁବ ଗୋଷ୍ଠି ମାନଙ୍କ ପ୍ରୟାସରେ  ଶ୍ରାବଣ ସୋମବାର ରେ ଉତ୍ତର ଓଡିଶାର ପ୍ରସିଦ୍ଧ ଶୈବପୀଠ କୁ ଜଳାଭିଷେକ କରିବା ପାଇଁ ଯାଉଥିବା କାଉଡ଼ିଆ ଭକ୍ତଙ୍କ ପାଇଁ ଖାଦ୍ୟ ପାନୀୟ ବ୍ୟବସ୍ଥା କରିବା ସହିତ ଅସୁସ୍ଥ ଅନୁଭବ କରୁଥିବା ଭକ୍ତଙ୍କ ଚିକିତ୍ସା ସେବା ଯୋଗାଇଛନ୍ତି। ଏହି ଅବସରରେ ଭକ୍ତଙ୍କ ଭାବନାକୁ ଆଖି ଆଗରେ ରଖି ଭଜନ ସଂଧ୍ୟାର ଆୟଜନ ମଧ୍ୟ କରାଯାଇଛି । 

ଏହି ସେବା କାର୍ଯ୍ୟରେ ପୋଡ଼ାଶୁଳ ଅଞ୍ଚଳର ବିନୋଦ ମହାନ୍ତି, କଲ୍ୟାଣ ପୃଷ୍ଟି, ଅବିନାଶ ପତି, ସୁଶାନ୍ତ ନାୟକ, ମହେନ୍ଦ୍ର ବେହେରା,ବବୁଲା ବାରିକ୍, ଜୟକୃଷ୍ଣ ମହାକୁଡ଼, ଟୁଟୁ ଆଚାର୍ଯ୍ୟ, ଶୁଭାଶିଷ ପରିଡ଼ା, ଅଜୟ ପତି, କୈଳାଶ ମହାନ୍ତି, ବବୁଲୁ ପରିଡ଼ା, ଧିର ପୃଷ୍ଟି, ବଂଶୀଧର ରଣା, ବୁଲୁ ବାରିକ, ବଳରାମ ବିଶ୍ବାଳ, ପର୍ଶୁରାମ ରାଉତ୍, ସୁରେଶ ଧିର, ବୋନୋଜ ବିଶ୍ବାଳ ପ୍ରମୁଖ ସୋହଯୋଗ କରିଥିଲେ।

ତେବେ ସ୍ଥାନୀୟ ଯୁବକଙ୍କ ଏହି ମହାନ କାର୍ଯ୍ଯ ପାଇଁ କାଉଡ଼ିଆ ଭକ୍ତ ମାନେ ବେଶ ପ୍ରଶଂସା କରିଛନ୍ତି।


Post a Comment

أحدث أقدم
Header ADS