Header ADS

ବାଣ୍ଡିଗୁଡା ରାସ୍ତା ପାଣି କାଦୁଅରେ ସରସର। ହନ୍ତସନ୍ତ ହେଉଛନ୍ତି ଛାତ୍ର ଛାତ୍ରୀ।

 


କୋଟଗଡ,୦୫/୦୮ (ଦିପେନ୍ଦ୍ର ନାୟକ) କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ସୁବର୍ଣ୍ଣଗିରି ପଞ୍ଚାୟତର କାର୍ଯ୍ୟଧାରା ଦୁର୍ବଳ। ବର୍ଷାଦିନ ଆସିଲେ କୋଟଗଡ ବ୍ଲକର ଏକାଧିକ ଗ୍ରାମ ପଞ୍ଚାୟତର ଅବସ୍ଥା ନକହିବା ଭଲ | ସେହିକ୍ରମରେ ଆଗରେ ସୁବର୍ଣ୍ଣଗିରି ପଞ୍ଚାୟତର ବାଣ୍ଡିଗୁଡା ରାସ୍ତା ଅବସ୍ଥାକୁ ନେଇ ଚିନ୍ତାରେ ବିଦ୍ୟାର୍ଥୀ, ଅଭିଭାବକ ଓ ଗ୍ରାମବାସୀ। ବାଣ୍ଡିଗୁଡା ରୁ ସୁବର୍ଣ୍ଣଗିରି ପଞ୍ଚାୟତକୁ ସଂଯୋଗ କରୁଥିବା ଏକମାତ୍ର  ମାଟିରାସ୍ତା ଅସରାଏ ବର୍ଷାରେ କାଦୁଅରେ ନାହିଁ ନଥିବା ଅସୁବିଧା ହେଉଛି ଫଳରେ ଛାତ୍ର ଛାତ୍ରୀମାନେ ବିପଦ ସଂକୁଳ ଅବସ୍ଥାରେ ଉକ୍ତ ତିନି କିଲୋମିଟର ରାସ୍ତା ଦେଇ ପାରିକରି ପ୍ରାଥମିକ ବିଦ୍ୟାଳୟକୁ ଯିବାଆସିବା କରିବାକୁ ପଡୁଛି ଅନ୍ୟ ପଟେ ସୁବର୍ଣ୍ଣଗିରି ଗ୍ରାମ ପଞ୍ଚାୟତକୁ ମାସିକ ଭତ୍ତା ଟଙ୍କା ଏବଂ ରାସନ ଚାଉଳ ନେବାକୁ ଆସିବାବେଳେ ନିରୀହ ବୃଦ୍ଧ, ବୃଦ୍ଧାଙ୍କୁ ନାନା ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି |ଏପରିକି ବର୍ଷାଦିନେ ଆମ୍ବୁଲାନ୍ସ ପରି ଜରୁରୀ ସେବା ପାଇବାରୁ ବଞ୍ଚିତ ହେଉଥିବା କହିଛନ୍ତି ବାଣ୍ଡିଗୁଡାର ଗ୍ରାମବାସୀ ହେଲେ କୋଟଗଡ ବ୍ଲକର ମନରେଗାରେ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ବାଣ୍ଡିଗୁଡା କୁ ଭଲ ରାସ୍ତାଟିଏ ନ ପହଂଚିବା ପଞ୍ଚାୟତ ଓ ବ୍ଲକ ପ୍ରଶାସନ ର ଅପାରଗତା କୁ ସୂଚାଉଛି । ତେବେ କନ୍ଧମାଳ  ଜିଲ୍ଲାପାଳ, ଉପଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ରାସ୍ତା ନିର୍ମାଣ  କରିବାକୁ ଆଦେଶ ଦେବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ |

Post a Comment

أحدث أقدم
Header ADS