ବାଲେଶ୍ୱର ,୦୫/୦୮ (ଓଡ଼ିଶା ଆଦର୍ଶ) ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି ବିଜେଡ଼ି ଚେୟାରମ୍ୟାନଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ୧୧ଜଣ କାଉନସିଲର ଓ ଭାଇସଚେୟାରମ୍ୟାନ। ଏନେଇ ଆଜି ବିଧିବଦ୍ଧ ଭାବେ ଏକ ଦସ୍ତଖତ ସମ୍ବଳିତ ଅଭିଯୋଗ ପତ୍ର ବାଲେଶ୍ଵର ଜିଲ୍ଲାପାଳଙ୍କୁ ଦିଆଯାଇଛି।
ଗତକାଲି ଏନଏସିର ୧୦ ନମ୍ବର ୱାର୍ଡର ବିଜେଡ଼ି କାଉନସିଲର ଗୌରାଙ୍ଗ ବିନ୍ଧାଣି ଦଳ ଛାଡିଥିଲେ । ସେ ପୂର୍ବରୁ ବିଜେଡିରୁ ଇସ୍ତଫା ଦେବା ପରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ବିଧାୟକ ସନ୍ତୋଷ ଖଟୁଆଙ୍କ ନେତୃତ୍ୱରେ ବିଜେପି ଦଳରେ ଆନୁଷ୍ଠାନିକ ଭାବେ ମିଶିଥିଲେ।ପୂର୍ବରୁ ନୀଳଗିରି ଏନଏସିରେ ୬ଜଣ ବିଜେଡି କାଉନସିଲର ଓ ଜଣେ ସ୍ୱାଧୀନ କାଉନସିଲର ରାଜ୍ୟ ବିଜେପି କାର୍ଯ୍ୟାଳୟ ଠାରେ ମିଶିଥିବା ବେଳେ ପୁଣି ବିଜେପିରେ ଆଉ ଜଣେ କାଉନସିଲର ମିଶିବା ନେଇ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।
ଏନଏ ସି ରେ ମୋଟ ୧୩ ଜଣ କାଉନସିଲରରୁ ୧୧ ଜଣ ବିଜେପି କାଉନସିଲର ବୃଦ୍ଧି ହୋଇଛି। ଏନଏସି ଚେୟାରମ୍ୟାନ ବିଜେଡି ହାତରେ ଥିବାବେଳେ ୧୩ ଟି ୱାର୍ଡରୁ ୧୧ ଟି ବିଜେପି କାଉନସିଲର ବୃଦ୍ଧିହେବା ପରେ ଏବେ ଚେୟାରମ୍ୟାନ ପଦକୁ ନେଇ ଅନାସ୍ଥା ପ୍ରସ୍ତାବ ଆସିଛି । ଆଜି ଏକ ଦସ୍ତଖତ ସମ୍ବଳିତ ଅନାସ୍ଥା ପ୍ରସ୍ତାବ ବାଲେଶ୍ଵର ଜିଲ୍ଲାପାଳଙ୍କୁ ଦିଆଯିବା ପରେ ନୀଳଗିରି ରାଜନୀତି ବେଶ୍ ସରଗରମ ହୋଇଉଠିଥିବା ଦେଖିବାକୁ ମିଳୁଛି।
ତେବେ ବାଲେଶ୍ଵର ଜିଲ୍ଲାପାଳ ଆଶିଷ ଠାକରେ ଙ୍କୁ ଏହି ଅନାସ୍ଥା ପ୍ରସ୍ତାବ ପ୍ରଦାନ ସମୟରେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ସାଂସଦ ଙ୍କ ବ୍ୟତିଗତ ସହାୟକ ଚନ୍ଦ୍ରଵିନ୍ଧୁ ଦାସ, ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର ଙ୍କ ସମେତ ନୀଳଗିରି ଏନ ଏ ସି ର ୧୧ଜଣ କାଉନସିଲର ଉପସ୍ଥିତ ଥିଲେ।
إرسال تعليق