ନୀଳଗିରି,୧୪/୦୮(ଓଡ଼ିଶା ଆଦର୍ଶ) ବାଲେଶ୍ଵର ଜିଲ୍ଲା ନୀଳଗିରି ବସ୍ ଷ୍ଟାଣ୍ଡ ପାଖରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ନୂତନ ଶାଖାର ଶୁଭ ଉଦ୍ଘାଟନ ହୋଇଯାଇଛି।ବ୍ୟାଙ୍କ ଅଫ୍ ଇଣ୍ଡିଆ ସାରା ଓଡିଶାରେ ୨୬୧ ଟି ଶାଖା ଥିବାବେଳ, ବାଲେଶ୍ଵରରେ ମୋଟ ୧୦ଟି ଶାଖା ଅଛି। ସେଥିମଧ୍ୟରୁ ନୀଳଗିରିରେ ଆଜି ନୂତନ କରି ଏହି ବ୍ୟାଙ୍କ ସେବା ଯୋଗାଇ ଦିଆଯାଇଛି। ଯାହାର ପ୍ରାରମ୍ଭିକ କାର୍ଯ୍ୟକ୍ରମ ଚଳିତମାସ ୧୪ ତାରିଖ ଅର୍ଥାତ୍ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ବ୍ୟାଙ୍କରେ ପ୍ରଥମ ଦିନରେ ୧ କୋଟି ଟଙ୍କାର କାରବାର ହୋଇଥିବାର ଜଣା ପଡିଛି। ତତ୍ ସହିତ ବିଭିନ୍ନ ଯୋଜନା ଭିର୍ତ୍ତିକ କାର୍ଯ୍ୟ ପାଇଁ ୬୦ ଲକ୍ଷରୁ ଉର୍ଦ୍ଧ ଋଣ ରାଶି ଯୋଗାଇ ଦିଆଯାଇଛି। ଏହି ବ୍ୟାଙ୍କର ପ୍ରଥମ ଦିନରେ ପ୍ରଥମ ଖାତା ବରହମପୁର ଅଞ୍ଚଳର ମହେଶ୍ଵର ବେହେରା ଖୋଲିଛନ୍ତି।
ଏହି କାର୍ଯ୍ୟକ୍ରମକୁ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଫିତା କାଟି ଉଦ୍ଘାଟନ କରିଥିବାବେଳ, ଅନ୍ୟ ମାନଙ୍କ ମଧ୍ଯରେ ଭୁବନେଶ୍ଵର ବ୍ୟାଙ୍କ ଅଫ୍ ଇଣ୍ଡିଆର (ଏଫଜିଏମଓ)ଜେନରାଲ ମ୍ୟାନେଜର ବିକାଶ କ୍ରିଷ୍ଣା, ବାରିପଦା ଜୋନର ଜୋନାଲ ମ୍ୟାନେଜର ରମେଶ ଚନ୍ଦ୍ର ଦାସ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଧିକାରୀ ସଂଘର ସାଧାରଣ ସମ୍ପାଦକ କମଲଜିତ୍ ମହାପାତ୍ର, ବ୍ୟାଙ୍କର ଶାଖା ମ୍ୟାନେଜର ଫ୍ରାନ୍ସ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ବ୍ୟାଙ୍କର ସୁବିଧା ସୁଯୋଗ ଉପରେ କିପରି ନୀଳଗିରି ବାସୀ ଉପକୃତ ହୋଇ ପାରିବେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବାରିପଦା, ଅଧିକାରୀ ସଂଘର ଡିଜିଏସ୍ ଭବାନୀ ଶଙ୍କର ସାମଲ ସଭାପତିତ୍ଵ କରିଥିଲେ। ଶେଷରେ ଶାଖା ପ୍ରବନ୍ଧକ ଶ୍ରୀଯୁକ୍ତ ବେହେରା ଆସିଥିବା ସମସ୍ତ ସଦସ୍ୟ ଏବଂ ନୂତନ ଗ୍ରାହକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
إرسال تعليق