Header ADS

ବିଲ୍ ପାଇଁ ଅଭିଯୋଗ ପରେ ଯନ୍ତ୍ରୀଙ୍କ ଠିକାଦାରଙ୍କୁ ମାରଣାତ୍ମକ ଆକ୍ରମଣ।

 


ବାଲିଗୁଡା, ୦୪/୦୮ (ଓଡ଼ିଶା ଆଦର୍ଶ)ସ୍କୁଲ ଗୃହ ନିର୍ମାଣର ବିଲ ପାଇଁ କହିବାରୁ ଠିକାଦାରଙ୍କୁ ମାରାଣାତ୍ମକ ଆକ୍ରମଣ କଲେ ଦାୟିତ୍ୱରେ ଥିବା ଯନ୍ତ୍ରୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର କୋଟଗଡ଼ ବ୍ଲକର ସାର୍ତୁଲ୍ ପଞ୍ଚାୟତ ଦାୟିତ୍ୱରେ ଥିବା ଯନ୍ତ୍ରୀ ବିଜୟ କୁମାର ପାତ୍ର। ସୂଚନା ମୁତାବକ ସାର୍ତୁଲ ପଞ୍ଚାୟତର ରଢ଼ା ଗ୍ରାମର ଫିରଜ ବଡ଼ସେଟ ଆର୍କିମାହା ଗାଁର ସ୍କୁଲ ନିର୍ମାଣ ପାଇଁ ଯନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସେ ସ୍କୁଲ ଗୃହ ନିର୍ମାଣ ଛାତ ଲେବେଲ୍ ହେଲାଣି କିନ୍ତୁ ଦୀର୍ଘ ନଅ ମାସ ହେବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଲ୍ ନ ପାଇବାରୁ ବାରମ୍ବାର ଯନ୍ତ୍ରୀ ବିଜୟ କୁମାର ପାତ୍ରଙ୍କୁ କହିବା ପରେ ବିଲ୍  ପାଇଁ ଶେଷରେ କୋଟଗଡ଼ ବିଡ଼ିଓଙ୍କୁ ତାଙ୍କୁ ଗୁହାରି କରିବା ପରେ, ଯନ୍ତ୍ରୀ ନିଜ ବାସଭବନ କୁ ଡାକି ଯନ୍ତ୍ରୀ ମୋ ନାରେ କାହିଁକି ବିଡ଼ିଓ କୁ ଅଭିଯୋଗ କରିଛି କହି ଠିକାଦାର ଫିରଜ୍ ଙ୍କୁ  ମାରଣାତ୍ମକ ଆକ୍ରମଣ କରିଥିଲେ । ଆଉ ଗୁରୁତର ଅବସ୍ଥାରେ ପ୍ରଥମେ ସୁବର୍ଣ୍ଣଗିରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର  ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲିଗୁଡ଼ା ଚିକିତ୍ସାଳୟ କୁ ରେଫର କରିଥିଲେ। ବର୍ତ୍ତମାନ୍ ଯଦିଓ ଠିକାଦାର ଙ୍କ ସ୍ବାସ୍ଥ୍ୟ ଅବସ୍ଥା କିଛି ମାତ୍ରାରେ ଠିକ୍ ଥିବା ବେଳେ ହାତ ଓ ଛାତିରେ ଯନ୍ତ୍ରଣା ହେଉଥିବା ଅଭିଯୋଗ କରିଛନ୍ତି ଠିକାଦାର ଫିରଜ୍ ବଡ଼ସେଟ୍। ସେପଟେ ଏନେଇ ଠିକାଦାରଙ୍କ ପରିବାର ପକ୍ଷରୁ କୋଟଗଡ଼ ଥାନାରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି।

Post a Comment

أحدث أقدم
Header ADS