ବାଲିଗୁଡା,୦୩/୦୮ (ଓଡ଼ିଶା ଆଦର୍ଶ) ପୋଖରୀକୁ ଗାଧେଇ ଯିବା ହେଲା କାଳ । ପୋଖରୀକୁ ଗାଧେଇବାକୁ ଯାଇ ଆଉ ଫେରିନାହାଁନ୍ତି ଭକ୍ତରାମ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହସିଂ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ଗାଧୋଇବାକୁ ଯାଇ ପୋଖରୀ ରେ ବୁଡି ଯୁବକ ମୃତ। ସୂଚନା ମୁତାବକ ମୃତକଙ୍କ ନାମ ଭକ୍ତରାମ ପୁଜାରୀ ଆଜି ସକାଳେ ଭକ୍ତରାମ ଗାଁ ନିକଟସ୍ଥ ପୋଖରୀ କୁ ଗାଧୋଇବାକୁ ଯାଇ ଆଉ ଫେରି ନଥିଲେ। ଅନେକ ସମୟ ଭକ୍ତରାମ୍ ଘରକୁ ନ ଆସିବାରୁ ନିଜ ପରିବାର ଲୋକେ ଖୋଯା ଖୋଜି କରିଥିଲେ,ହେଲେ କୌଣସି ସନ୍ଧାନ ନପାଇବାରୁ ବାଧ୍ୟ ହୋଇ ଅଗ୍ନିଶମ ବାହିନୀ କୁ ଖବର ଦେଇ ଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ପୋଖରୀ ରେ ଖୋଜିବା ପରେ ଶବ କୁ ଉଦ୍ଧାର କରିଥଲେ। ପୁଣି ପରିବାର ଲୋକ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲେ।ଘଟଣା ସ୍ଥଳରେ ବାଲିଗୁଡ଼ା ଥାନା ପୋଲିସ୍ ପହଞ୍ଚି ତଦନ୍ତ ଜାରି କରୁଥିବା ବେଳେ ମୃତ ଯୁବକଙ୍କ ମୃତ ଶରୀର ବ୍ୟବଚ୍ଛେଦ ନିମନ୍ତେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ପଠେଇ ଥିବା ସୂଚନା ମିଳିଛି ।
Post a Comment