ନୀଳଗିରି,୦୨/୦୮ (ଓଡ଼ିଶା ଆଦର୍ଶ) ଶେରଗଡ଼ - ଝରଣାଘାଟି ରାଜ୍ୟ ରାଜପଥ ର ଭାଲୁକାସୁଣି ଛକ ନିକଟରେ ଆଜି ଅପରାହ୍ନରେ ଏକ ବାଇକ ଗଛକୁ ଧକ୍କା ଦେବା ଫଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ଗରଡିହି ପଟୁ ସଜନାଗଡ ଅଭିମୁଖେ ଏକ ହୋଣ୍ଡା ସାଇନ୍ ବାଇକ୍ (ଯାହାର ନମ୍ବର WB 30P 2200) ଯୋଗେ ଆସୁଥିବା ବେଳେ ଭାଲୁକାସୁଣି ଛକ ନିକଟ ବୁଲାଣି ରେ ଭାରସାମ୍ୟ ହରାଇ ନିମ୍ବ ଗଛକୁ ଧକ୍କା ଦେଇଥିଲା ଫଳରେ ବାଇକ୍ ଆରୋହିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟ ଲୋକ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନୀଳଗିରି ଥାନା କୁ ଖବର ଦେବାପରେ ଘଟଣା ସ୍ଥଳରେ ନୀଳଗିରି ପୋଲିସ ପହଞ୍ଚି ବାଇକ୍ ଜବଦ କରିବା ସହିତ ଶବ ବ୍ୟେବଛେଦ ପାଇଁ ନୀଳଗିରି ଡାକ୍ତରଖାନାକୁ ପଠାଇଥିବା ଦେଖିବାକୁ ମିଳିଛି।
ତେବେ ମୃତ ବାଇକ୍ ଆରୋହୀଙ୍କ ପରିଚୟ ମିଳିନଥିବା ବେଳେ ଗାଡ଼ି ନମ୍ବର ରୁ ବାଇକ୍ ଆରୋହୀ ଜଣକ ପଡଶି ରାଜ୍ୟ ବେଙ୍ଗଲ ର ବୋଲି ଜଣା ପଡ଼ୁଥିବା ବେଳେ ନୀଳଗିରି ପୋଲିସ ଘଟଣାର ତଦନ୍ତ କରୁଛି।
Post a Comment