ନୀଳଗିରି,୨୬/୮(ଓଡ଼ିଶା ଆଦର୍ଶ): ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ସିଆଡିମାଳ ଠାରେ ଜଣେ ମହିଳାଙ୍କୁ ଦୀର୍ଘ ୧୨ଘଣ୍ଟାରୁ ଉର୍ଦ୍ଧ୍ବ ସମୟ କେହି ଜଣେ ଘରର ବାହାର ପଟୁ ତାଲା ପକାଇ ରଖିଥିଲା ଫଳରେ ରାତି ପ୍ରାୟ ୮.୩୦ ରେ ବୃଦ୍ଧା ଜଣକ ସେହି କୋଠରି ଭିତରୁ ଚିତ୍କାର କରିଥିଲେ। ଚିତ୍କାର ଶୁଣି ସ୍ଥାନୀୟ ବାସିନ୍ଦା ସେଠାରେ ପହଞ୍ଚି ଉକ୍ତ ବୃଦ୍ଧା ଙ୍କୁ ବାହାରୁ ତାଲା ଦିଆଯାଇଥିବାର ଦେଖିଥିଲେ। ସନ୍ଧେହ ହେବାରୁ ନୀଳଗିରି ପୁଲିସକୁ ଖବର ଦେବାପରେ ନୀଳଗିରି ଆଇ ଆଇ ସି ଗୋପାଳ ଚନ୍ଦ୍ର କର୍ଣ୍ଣ ଙ୍କ ନିର୍ଦ୍ଦେଶରେ ଏ ଏସ ଆଇ ଅନନ୍ତ ମୁର୍ମୁ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଘରର ତାଲା ଭାଙ୍ଗି ବୃଦ୍ଧା ଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିବା ଦେଖିବାକୁ ମିଳିଛି। ତେବେ ବୃଦ୍ଧାଙ୍କ ଘର ବରହମପୁର ଥାନା ଅଧିନ ଛତ୍ରପୁର ପାଖ ଭୁଡୁରୁବଣି ଗାଁ ର ସାଲଖୁ ମୁର୍ମୁଙ୍କ ସ୍ତ୍ରୀ ବାସନ୍ତୀ ମୁର୍ମୁ, ଉକ୍ତ ବୃଦ୍ଧା ଜଣକ ମାନସିକ ବିକାରଗ୍ରସ୍ତ ରୋଗୀ ହୋଇଥିବାବେଳେ କିଛିଦିନ ପୂର୍ବରୁ ସେ ଘରଛାଡି ଚାଲି ଚାଲି ପଳାଇ ଆସିଥିବା ନେଇ ନୀଳଗିରି ପୁଲିସ୍ ପକ୍ଷରୁ ସୂଚନା ମିଳିଛି। ତେବେ ଉକ୍ତ ବୃଦ୍ଧା ଙ୍କୁ କିଏ ଏବଂ କାହିଁକି ଏମିତି ବନ୍ଧ କୋଠରୀରେ ତାଲା ପକାଇ ଦୀର୍ଘ ୧୨ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଅଟକ ରଖିଥିଲା ତାହା ଜଣା ପଡିନଥିବା ବେଳେ ଘଟଣାର ଅଧିକ ତଦନ୍ତ କରୁଛି ନୀଳଗିରି ପୁଲିସ୍। ତେବେ ଉଦ୍ଧାର ହୋଇଥିବା ବୃଦ୍ଧା ଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି।
Post a Comment