ବାଲିଗୁଡା, ୨୭/୮(ସନ୍ଦିପ କୁମାର ନାୟକ):କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ର ଜଲେଶପଟା ରେ ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମ ଠାରେ ବ୍ରହ୍ମଲିନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ଵତୀ ଙ୍କ ୧୬ ତମ ଶ୍ରଦ୍ଧାଞ୍ଜଳି ଦିବସ, ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଓ ବିଶ୍ୱ ହିନ୍ଦୁ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ କ୍ରୀଡ଼ା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ପଞ୍ଚାୟତ ରାଜ ଓ ଗ୍ରାମ୍ୟ ଉନ୍ନୟନ ପାନୀୟ ଜଳ ମନ୍ତ୍ରୀ ରବି ନାୟକ, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ,ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ,ଅନୁଷ୍ଠାନର ଅଧକ୍ଷ ଜୀବନ ମୁକ୍ତାନନ୍ଦ ମହାରାଜ ପୁରୀ,ସ୍ବାମୀ ଅଭୟା ନନ୍ଦ ସରସ୍ଵତୀ, ଜୋଗିରାଜ ଜି, ଜିଲ୍ଲା ବିଜେପି ସଭାପତି ଙ୍କ ସମେତ ବହୁ ମାନ୍ୟଗଣ୍ୟ, ବୁଦ୍ଧିଜୀବୀ, ବିଜେପି କର୍ମୀ ମାନେ ଯୋଗ ଦେଇଥିଲେ। ବହୁ ଆଡମ୍ବର ସହ ଦୁଇ ମନ୍ତ୍ରୀ ଏବଂ ସମସ୍ତ ଅତିଥି ମାନଙ୍କୁ ଆଦିବାସୀ ପରମ୍ପରା ଓ ଆଞ୍ଚଳିକ ନୃତ୍ୟ ଦ୍ୱାରା ସ୍ବାଗତ କରାଯାଇଥିଲା।
କିଛି ଦିନ ହବ ସାମାଜିକ ଗଣମାଧ୍ୟମରେ କନ୍ଧମାଳ ଜିଲ୍ଲା ରେ ଦଙ୍ଗା ହେବା ନେଇ ମିଥ୍ୟା ଗୁଜବ ଖବର ପ୍ରସାରଣ ହୋଇଥିଲା। ତେଣୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି କଡ଼ା ନଜର ରଖିଥିଲେ ଏବଂ କନ୍ଧମାଳ ଜିଲ୍ଲାରେ ୨୬ ପ୍ଲାଟୁନ ପୋଲିସ ମୁତୟନ କରାଯାଇ ସୁରକ୍ଷା କଡାକଡ଼ି କରାଯାଇଥିଲା। ଏସପି ଶୁଭେନ୍ଦୁ ପାତ୍ର ଓ ଏସଡିପିଓ ରାହୁଲ ଗୋୟେଲ୍ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଉଚ୍ଚ ଶିକ୍ଷା ମନ୍ତ୍ରୀ, ସୂର୍ଯ୍ୟବଂଶୀ ସୁରଜ ଏବଂ ପଞ୍ଚାୟତ ରାଜ, ଗ୍ରାମ୍ୟ ଉନୟନ ପାନୀୟଜଳ ମନ୍ତ୍ରୀ ଜଳେଶପଟା କନ୍ୟା ଆଶ୍ରମରେ ପହଞ୍ଚି ଜନ୍ମାଷ୍ଟମୀ ଥିବାରୁ ଭଗବାନ ଶ୍ରୀ କୃଷ୍ଣ ଙ୍କୁ ପୂଜାର୍ଚନା କରି ସ୍ୱାମୀ ଲକ୍ଷ୍ମଣାନନ୍ଦ ସ୍ୱରସତି ଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସ୍ୱାଗତିକା ସାହୁ ସମସ୍ତ ଅତିଥିଙ୍କୁ ମଞ୍ଚଉପରେ ସ୍ବାଗତ କରିବା ପରେ ମନ୍ତ୍ରୀ ମାନେ ଓ କନ୍ଧମାଳ ସାଂସଦ ନିଜ ନିଜ ଅଭି ଭାଷଣ ରଖିଥିଲେ।
କନ୍ୟା ଆଶ୍ରମ ର ମୁଖ୍ୟ ଅଭିଯୋଗ ଥିଲା ଯେ ୧୬ ବର୍ଷ ହେଲା ସ୍ବାମୀ ଲକ୍ଷ୍ମଣା ନନ୍ଦ ସରସ୍ଵତୀ ଙ୍କ ହତ୍ୟାର ରିପୋର୍ଟ ସାର୍ବଜନୀନ ହୋଇନି ପୁଣି ବିଦ୍ୟାଳୟ ବହୁ ବର୍ଷ ଧରି ବେସରକାରୀ ଭାବରେ ରହି ଆସୁଛି ତେଣୁ ଚଳିତ ବର୍ଷ ଠାରୁ ସରକାରୀ ବିଦ୍ୟାଳୟ ଭାବରେ ଘୋଷଣା କରିବାକୁ ଦାବି ଥିଲେ ଏବଂ ଶିକ୍ଷା ମନ୍ତ୍ରୀ ମଧ୍ୟ ତୁରନ୍ତ ଏହାପ୍ରତି ନିଷ୍ପତି ନିଆଯିବ ବୋଲି କହିଛନ୍ତି। ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ଜଲେଶପଟ୍ଟା ଆଶ୍ରମରେ ଜନ୍ମାଷ୍ଟମୀ ଓ ସ୍ବାମୀ ଲକ୍ଷ୍ମଣା ନନ୍ଦ ସରସ୍ଵତୀଙ୍କ ଶ୍ରଦ୍ଧାଞ୍ଜଳି ଦିବସ ବହୁ ଆଡ଼ମ୍ବରରେ ପାଳନ କରାଯାଇଅଛି।
Post a Comment