Header ADS

ସବୁଜ ପରିବେଶ ସୃଷ୍ଟି ପାଇଁ ସଂକଳ୍ପବୋଧ ନୀଳଗିରି ର କମଳ ।

 


ନୀଳଗିରି, ୦୩/୦୮ (ଓଡ଼ିଶା ଆଦର୍ଶ) ନୀଳଗିରି ଉପଖଣ୍ଡ ଅଧୀନ ଦକ୍ଷିଣନରସିଂହପୁର ପଞ୍ଚାୟତ ଗାଙ୍ଗପୁରା ପ୍ରାଥମିକ ବିଦ୍ୟାଳୟରେ ନୀଳଗିରିର ଯୁବ ସମାଜ ସେବୀ କମଳ ଲୋଚନ ପଣ୍ଡାଙ୍କ ତତ୍ତ୍ଵାବଧାନରେ  ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସତ୍ୟବତୀ ମହାନ୍ତି ବୃକ୍ଷରୋପଣ କରିବାର ଆବଶ୍ୟକତା ସମ୍ପର୍କରେ ଉପସ୍ଥିତ ଛାତ୍ର/ ଛାତ୍ରୀ ଙ୍କୁ କହିଥିଲେ। ଶିକ୍ଷୟତ୍ରୀ ଉର୍ମିଳା ମହାନ୍ତି କେବଳ ଗଛ ଲଗାଇଦେଲେ ହେବନି, ଗଛର ଯତ୍ନ ନେବା ମଧ୍ୟ ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ। ପରିଶେଷରେ କମଳ ଲୋଚନ ସବୁଜ ପରିବେଶ ସୃଷ୍ଟିର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ।

 


ଏହି ଅବସରରେ ଉମେଶ ପ୍ରଧାନ, ହିମାଂଶି ସୈନି, ଋତୁରାଜ ସଲ, ଯୁବରାଜ ମହାଳିକ, ଭବାନୀ ଶଙ୍କର ପାତ୍ର, ତୃପ୍ତିରେଖା ସଲ, ମନିଷା ସଲ, ଦିବ୍ୟା କ୍ରୀଷ୍ଣା ସଲ ଇତ୍ୟାଦି ଛାତ୍ର, ଛାତ୍ରୀ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ଶପଥ ନେଇଥିଲେ। ଯୁବ ସମାଜସେବୀ ଶ୍ରୀ ପଣ୍ଡା ଙ୍କ ଉଦ୍ୟମ ରେ ଗାଙ୍ଗପୁରା ଗ୍ରାମରେ ଆକାଶି, ଆତ, ନିମ୍ବ , ସଜନା, କାଠ ବାଦାମ, ପପୟା, ଗମ୍ଭାରୀ , ବାହାଡ଼ା ଇତ୍ୟାଦି ଗଛ ଲଗାଇବା ଗଛ ବାଣ୍ଟିବା ସହିତ ଲଗାଇ ଥିବା ଗଛର ଯତ୍ନ ନେବା ସହ ଅନ୍ୟମାନଙ୍କୁ ଗଛ ଲଗାଇବା ପାଇଁ ପରାମର୍ଶ ମଧ୍ୟ ଦେଇଥିଲେ। ତେବେ ସମାଜ ସେବୀ କମଳ ଲୋଚନ ପଣ୍ଡାଙ୍କ ଏହି ଉଦ୍ୟମ ପାଇଁ ଅଞ୍ଚଳବାସୀ ବେଶ ପ୍ରଶଂସା କରିଛନ୍ତି।

Post a Comment

Previous Post Next Post
Header ADS