ଫିରିଙ୍ଗିଆ,୩୦/୭ (ଓଡ଼ିଶା ଆଦର୍ଶ ) ଦିର୍ଘ ଦିନ ହେବ ବିଦ୍ୟାଳୟରର ପାଚେରୀ ଭାଙ୍ଗି ଯାଇଥିବାରୁ ଅସୁରକ୍ଷିତ ଅବସ୍ଥାରେ ଚାଲିଛି ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ପାଠପଢ଼ା । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ଫିରିଙ୍ଗିଆ ସରକାରି ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏହି ଘଟଣା। ସୂଚନା ଅନୁଯାୟୀ ବିଦ୍ୟାଳୟ ଦାଇତ୍ୱରେ ଥିବା ଶିକ୍ଷୟତ୍ରୀ ବାରମ୍ୱାର ଠିକାଦାର କୁ ତୁରନ୍ତ ପାଚେରୀ ମରାମତି କରିବା ପାଇଁ ଗୁହାରି କରୁଥିବା ବେଳେ ବର୍ଷା ଲାଗିରହିଥିବାରୁ ପାଚେରୀ କାମରେ ବାଧା ଉପୁଜିଯିବା କହିଛନ୍ତି ଠିକାଦାର।
ଫଳରେ ଏହି ବର୍ଷା ଋତୁରେ ବୁଲା କୁକୁର ଙ୍କ ପାଦୂର୍ଭାବୁ ବଢୁଥିବାରୁ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସମେତ ସ୍କୁଲର ଛାତ୍ର ଛାତ୍ରୀ ମାନେ ଭୟର ବାତାବରଣରେ ଶିକ୍ଷା ଲାଭ କରୁଥିବା ଜଣାପଡ଼ିଛି । ତେବେ ଫିରିଙ୍ଗିଆ ବ୍ଲକରୁ ଅନୁମାନିକ ୨୦୦ ମିଟର ଦୁରତ୍ୱରେ ଏହି ବିଦ୍ୟାଳୟ ରହିଥିବା ବେଳେ ପଛକୁ ଲାଗି ଫିରିଙ୍ଗିଆ ଥାନା କାର୍ଯ୍ୟାଳୟ,ଫିରିଙ୍ଗିଆ ଗୋଷ୍ଠ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଫିରିଙ୍ଗିଆ ବନାଞ୍ଚଳ କାର୍ଯ୍ୟାଳୟ ରହିଥିବା ସ୍ୱତେ କାହାରୀ ଦୃଷ୍ଟି ଦିର୍ଘ ଦିନରୁ ପଡ଼ି ପାରୁନଥିବାରୁ ଅଭିଭାବକ ସମେତ ଜନତା ଙ୍କ ମଧ୍ୟରେ ଅସନ୍ତୁଷ୍ଠ ଦେଖିବାକୁ ମିଳୁଛି।
ତେବେ ସବୁଠାରୁ ବଡ଼ କଥା ହେଉଛି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟ ଗୁଡ଼ିକର ଉନ୍ନତୀ କରଣ ହେଉଥିବା ବେଳେ ଅଳ୍ପ ଦିନ ଭିତରେ ବିଦ୍ୟାଳୟର ପାଚେରୀ ଭାଙ୍ଗି ଗଡ଼ିପଡ଼ିବା ତାହା କେତେଦୂର ଠିକ୍। ତେବେ ବିଭାଗୀୟ ଅଧିକାରି ଦୃଷ୍ଟି ଦେଈ ତୁରନ୍ତ ବିଦ୍ୟାଳୟରେ ନୂତନ ପାଚେରୀ ନିର୍ମାଣ କରିବା ସହିତ କଣ ପାଈଁ ପାଚେରୀ ଭାଙ୍ଗିଲା ଏହାର ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି।
Post a Comment